ବିପର୍ଯୟ ପ୍ରଶମନ କ୍ଷେତ୍ରରେଏକ ନୂତନ ଦିଗନ୍ତ . . . ନୂତନ ଆଶା ର ସମ୍ଭାର ।
- ବିପର୍ଯୟ ପରିଚାଳନା କ୍ଷେତ୍ରରେ ଲାଇନ ବିଭାଗ ସହ ସମନ୍ଵୟ ସ୍ଥାପନ ।
- ଦ୍ଵି-ପାକ୍ଷିକ ଏବଂ ବହୁ- ପାକ୍ଷିକ ବିତ୍ତୀୟ ସଂସ୍ଥା ସହ ଅନୁବନ୍ଧନ
- U N ଏଜେନ୍ସି, ଅନ୍ତର୍ଜାତିକ, ଜାତୀୟ ଏବଂ ରାଜ୍ୟ ସ୍ତର ର NGOS ମାନଙ୍କ ସହ ଯୋଗସୂତ୍ର ସ୍ଥାପନ।
- ବିପର୍ଯୟ ପରିଚାଳନା କ୍ଷେତ୍ର ରେ ସମ ସାମୟିକ ଅନୁଷ୍ଠାନ ମାନଙ୍କ ସହ ଅନୁବନ୍ଧନ।
- ନିୟନ୍ତ୍ରଣ କକ୍ଷ ନମ୍ବର
- ରାଜ୍ୟ ଜରୁରୀ ଅପାତକାଳୀନ ଇଓସି (ଭୁବନେଶ୍ବର ) ନି ଶୁକ୍ଳ ନମ୍ବର – ୧୦୭୦
- ଅନ୍ୟ ଫୋନ -୦୬୭୪ – ୨୩୯୫୩୯୮ , ୨୩୯୫୫୩୧
- ଫକ୍ସ -୨୩୯୧ ୮୭୧
- ଜିଲ୍ଲା ଜରୁରୀ ଅପାତକାଳୀନ ଇଓସି( ଭୁବନେଶ୍ବର) – ୦୬୬୭୦- ୨୩୦୪୪୫
ଭୌଗଳିକ ଅବସ୍ଥିତି ଅନୁସାରେ ଓଡିଶା ଏକ ପ୍ରାକୃତିକ ବିପର୍ଯୟ ପ୍ରବଣ ରାଜ୍ୟ । ବିପର୍ଯୟର ଇତିହାସ କୁ ଅନୁସନ୍ଧାନ କଲେ ଜଣାପଡେ ଯେ ଓଡିଶା ପ୍ରତ୍ୟକ ବର୍ଷ କିଛି ନା କିଛି ବିପର୍ଯୟ ଦ୍ଵାରା ପ୍ରଭାବିତ ହୋଇ ଥାଏ । ବଡ ଧରଣର ପ୍ରାକୃତିକ ବିପର୍ଯୟ ବ୍ୟତୀତ ରାଜ୍ୟରେ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯୟ ଯଥା ଅଂଶୁଘାତ , ବଜ୍ରପାତ, ଘୂର୍ଣ୍ଣୀଝଡ , ପ୍ରବଳ ବୃଷ୍ଟିପାତ , ନୌକା ଦୁର୍ଘଟଣା , ସାମୁଦ୍ରିକ ଜୁଆର ଆଦି ପ୍ରତ୍ୟେକ ବର୍ଷ ଘଟୁଅଛି । ଏହି ବିପର୍ଯୟ ଯୋଗୁ କେବଳ ଧନଜୀବନ ହାନୀ ଘଟିଥାଏ ତାହା ନୁହେଁ , ଏହା ମଧ୍ୟ ଲୋକମାନଙ୍କର ସାମାଜିକ, ସାଂସ୍କୃତିକ ତଥା ସର୍ବୋପରି ଅର୍ଥନୈତିକ ସ୍ଥିତିକୁ ଗଭୀର ଭାବେ ପ୍ରଭାବିତ କରିଥାଏ । ଲଗାତାର ଭାବେ ସଂଘଟିତ ବିପର୍ଯୟ ହେତୁ ସାଧାରଣତଃ କ୍ଷୁଦ୍ର ଓ ନାମମାତ୍ର ଚାଷୀ , କୃଷି ଶ୍ରମିକ , ଗ୍ରାମ୍ୟ କାରିଗର ଆଦି ଗରିବ ଶ୍ରେଣୀର ଖଟିଖିଆ ଗୋଷ୍ଠୀରେ ଜୀବନ ଜୀବିକା ଘୋର ସଂକଟାପନ୍ନ ହୋଇଥାଏ ।
ବିଗତ ବର୍ଷ ମାନଙ୍କରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା, ମରୁଡି , ଫାଇଲିନ, ବାତ୍ୟା, ଓ ହୁଡହୁଡ ବାତ୍ୟା ଆଦି ବଡ ଧରଣର ବିପର୍ଯୟ ଗୁଡିକର ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତି , ସମୟୋଚିତ ପଦକ୍ଷପ , ପରିଚାଳନା , ବିପର୍ଯୟ ପରବର୍ତୀ ରିଲିଫ , ଉଦ୍ଧାର ଓ ଥଇଥାନ କରିବାର କାର୍ଯ୍ୟ ଶୈଳୀ ଓ ସୁଚିନ୍ତିତ ଯୋଜନା ସମଗ୍ର ବିଶ୍ଵ ଦରବାରରେ ଓଡିଶା ରାଜ୍ୟ କୁ ଏକ ଅଗ୍ରଣୀ ରାଜ୍ୟ ରୂପେ ପରିଗଣିତ କରିପାରିଛି । ଓଡିଶାର ବିପର୍ଯୟ ପରିଚାଳନା ପଦ୍ଧତି ସାରା ଦେଶରେ ଏକ ମଡେଲ ରୂପେ ପରିଗଣିତ ହୋଇଛି ।
ମହାବାତ୍ୟା ପରେ ଆମ ରାଜ୍ୟ ସରକାର ବିପର୍ଯୟର ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତି ତଥା ବିପଦ ପ୍ରଶମନ ହ୍ରାସ ଓ ଥଇଥାନ ଉପରେ ଗୁରୁତ୍ଵ ଦେଇଆସୁଛୁ । ରାଜ୍ୟକୁ ଏକ ବିପର୍ଯୟ ସ୍ଥିତି ସ୍ଥାପକ ( disaster Resilient) ରାଜ୍ୟ ଭାବେ ଗଢି ତୋଳିବା ପାଇଁ ଆମେ ସଂକଳ୍ପ ବଦ୍ଧ ।
ବିପର୍ଯୟ ମୁକାବିଲା ଦିଗରେ ସଚେତନତା ସୃଷ୍ଟି କରିବା ତଥା ପ୍ରସ୍ତୁତି ନିମନ୍ତେ ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାରେ ନକଲି ଅଭ୍ଯାସ ( mock drill) ଅନୁଷ୍ଟିତ ହେଉଛି । ପ୍ରକୃତିକ ବିପର୍ଯୟ କୁ ସାମନା କରିବା ପାଇଁ ବର୍ଷ ସାରା ପ୍ରସ୍ତୁତି ଚାଲିଆସୁଛି । ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ ପ୍ରତ୍ୟକ ବର୍ଷ ସମ୍ଭାବ୍ୟ ବୃଷ୍ଟିପାତ ଆକଳନ କରାଯାଉଛି ଏବଂ ବନ୍ୟା ପରିସ୍ଥିତି ମୁକାବିଲା ନିମନ୍ତେ ପ୍ରାକ ପ୍ରସ୍ତୁତି ମଧ୍ୟ ବୃଦ୍ଧି ପାଇଛି ।ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ନିମନ୍ତେ ସ୍ଵତନ୍ତ୍ର ରିଲିଫ କମିସ ନର ଙ୍କ ଅଧକ୍ଷତାରେ ସମସ୍ତ ଜିଲ୍ଲାର ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କର ବୈଠକ ମଧ୍ୟ ସ୍ଵତନ୍ତ୍ର ରିଲିଫ କମିସନର ଙ୍କ ଅଧକ୍ଷତା ରେ ଅନୁଷ୍ଟିତ ହୋଇଥାଏ। ଏତଦ ବ୍ୟତୀତ pre – cyclone Exercise ଓ Pre Flood Preparedness ବୈଠକ ଅନୁଷ୍ଟିତ ହୋଇ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ସମ୍ବନ୍ଧୀୟ ପ୍ରସ୍ତୁତି ର ସମୀକ୍ଷା କରିଯାଈ ସମସ୍ତ ପ୍ରତିକୂଳ ପରିସ୍ଥିତି କୁ ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତିରହିବା ପାଇଁ ସମସ୍ତ ବିଭାଗ ଓ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଥାଏ ।
ବନ୍ୟା ଓ ବାତ୍ୟା ରେ ପ୍ରଭାବିତ ଲୋକମାନଙ୍କ ପାଇଁ ରାଜ୍ୟରେ ୮୭୯ ଟି ବହୁମୂଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବନ୍ୟା ରେ ପ୍ରଭାବିତ ଲୋକ ମାନଙ୍କ ପାଇଁ ୪ ଗୋଟି ବହୁମୂଖୀ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ପ୍ରଳୟଙ୍କରୀ ବନ୍ୟା ଓ ଭୟଙ୍କର ବାତ୍ୟା/ଝଡ ତୋଫାନ ସମୟରେ ବିପଦ ସଙ୍କୁଳ ସ୍ଥାନମାନଙ୍କରେ ବସ ବାସ କରୁଥିବା ବା ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲୋକମାନେ ଏହି ଆଶ୍ରୟସ୍ଥଳୀ ନେଇ ପାରିବେ । ଆଶ୍ରୟସ୍ଥଳୀ ଗୁଡିକରେ ଆବଶ୍ୟକୀୟ ଜରୁରୀକାଳିନ ଉପକରଣ , ଆଲୋକ , ପାନୀୟ ଜଳ , ଗାଈଗୋରୁଙ୍କ ପାଇଁ ରହିବା ସୁବିଧା , ମହିଳା /ଶିଶୁ ମାନଙ୍କ ପାଇଁ ରହିବା ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ନିଆଯାଉଛି।