ବନ୍ଦ କରନ୍ତୁ

ଜି.ଯୋ.ସ.ଶା.

ଜିଲ୍ଲା ଯୋଜନା ଓ ସମୀକ୍ଷା ଶାଖା (ଜି.ଯୋ.ସ.ଶା.)

ଉପକ୍ରମ

ଓଡିଶା ସରକାରଙ୍କ ଦ୍ଵାରା ରାଜ୍ୟରେ ଯୋଜନା କୁ ଗ୍ରାମାଞ୍ଚଳରେ ସଫଳ ରୂପାୟନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଅଯାଇଛି। ଏଥିପାଇଁ ସମସ୍ତ ଜିଲ୍ଲାରେ ଜିଲ୍ଲା ଯୋଜନା ଓ ସମୀକ୍ଷା ଶାଖା (ଡି.ପି.ଏମ.ୟୁ) କାର୍ଯ୍ୟ।ଳୟ କରାଯାଇଛି । କଳାହାଣ୍ଡି ଡି.ପି.ଏମ.ୟୁ କାର୍ଯ୍ୟ।ଳୟ ୨୦୧୦ ମସିହାରେ ସ୍ଥାପନ କରଯାଇଥିଲା । ଯାହାକି ରାଜ୍ୟ ଯୋଜନା ଏବଂ ପର୍ଯ୍ୟବେକ୍ଷଣ ବିଭାଗ ଅଧୀନରେ ଆସୁଅଛି । ବାର୍ଷିକ ଯୋଜନା ଖସଡା ତିଆରି କରିବା ଏହି କାର୍ଯ୍ୟ।ଳୟର ମୁଖ୍ୟ କାର୍ଯ୍ୟ ଅଟେ ।

ଜିଲ୍ଲା ଯୋଜନା ଏବଂ ସମୀକ୍ଷା ଶାଖାର ଉଦ୍ଦେଶ୍ୟ

  • ଜିଲ୍ଲା ସ୍ତରୀୟ ସମସ୍ତ ତଥ୍ୟ ସଂଗ୍ରହ କରିବା, ଅଧ୍ୟୟନ ଓ ବିଶ୍ଳେଷଣ କରିବା ଏହି ଶାଖା ର ମୁଖ୍ୟ ଉଦ୍ଧେଶ୍ୟ ଅଟେ ।
  • ସ୍ଥାନୀୟ ଯୋଜନା ଖସଡା କୁ ନିମ୍ନ ସ୍ତରରେ ଦୃଢୀଭୁତ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ, ସହରାଞ୍ଚଳ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ସଚିବ ସ୍ତରୀୟ ବୈଷୟିକ ସହଯୋଗ ପ୍ରଦାନ କରିଥାଏ ।
  • ଜିଲ୍ଲା ଯୋଜନା କମିଟିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ପର୍ଯ୍ୟବେକ୍ଷଣ ଓ ମୂଲ୍ୟାଙ୍କନ ରେ ସାହାଯ୍ୟ କରିଥାଏ ।
  • ବିଭିନ୍ନ ଭିତ୍ତିଭୂମିମୂଳକ କାର୍ଯ୍ୟକ୍ରମ ପାଇଁ ପ୍ରକଳ୍ପ ସୂଚୀ ପ୍ରସ୍ତୁତ କରିବା ସହ ଏହାକୁ ଚିହ୍ନଟ ଏବଂ ସମ୍ପାଦନ କରିବାର କାର୍ଯ୍ୟ କରିଥାଏ । ଏହାର ବିଶେଷ ବିବରଣୀ ପ୍ରସ୍ତୁତ କରିବା ମଧ୍ୟ (ଡି.ପି.ଏମ.ୟୁ) ର ଅନ୍ୟତମ କାର୍ଯ୍ୟ ଅଟେ ।

ଡି.ପି.ଏମ.ୟୁ ର କାର୍ଯ୍ୟାବଳି

ଡି.ପି.ଏମ.ୟୁ ରେ ୩ ଟି ଶାଖା କାର୍ଯ୍ୟରତ ଅଛି

  1. ଯୋଜନା ଶାଖା
    ଏହି ଶାଖା ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଦାୟିତ୍ଵବାନ ଅଟେ । ଏହା ସହ ଜିଲ୍ଲାର ସଂଗ୍ରହିତ ଜଳସମ୍ପଦ, ଖଣିଜସମ୍ପଦ, କୁଶଳୀ ଓ ଅଣ କୁଶଳୀ ଇତ୍ୟାଦି କୁ ସଠିକ ଭାବରେ ବିନିଯୋଗ କରିବା ପାଇଁ ପଦକ୍ଷେପ ନେବା ଏହି ଶାଖାର ମୁଖ୍ୟ କାର୍ଯ୍ୟ ଅଟେ ।
  2. ପରିସଂଖ୍ୟାନ ଶାଖା
    ଏହି ଶାଖା ଜିଲ୍ଲା ଏବଂ ଉପଖଣ୍ଡ ସ୍ତରୀୟ ତଥ୍ୟସଂଗ୍ରହ ଏବଂ ବିଶ୍ଳେଷଣ କରିବା ପାଇଁ ଦାୟିତ୍ଵବାନ ଅଟେ । ଏହି ତଥ୍ୟ ଜିଲ୍ଲା ସ୍ତରୀୟ, ଉପଖଣ୍ଡ ସ୍ତରୀୟ ଯୋଜନା ପ୍ରସ୍ତୁତୀ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସହାୟକ ହୋଇଥାଏ ।
  3. ବିଶ୍ଳେଷନାତ୍ମକ ଶାଖା
    ଏହି ଶାଖା ଜିଲ୍ଲା ଯୋଜନା କମିଟି ସହିତ ଡି.ପି.ଏମ.ୟୁ ର ଦୁଇଟି ଶାଖା (ଯୋଜନା ଓ ପରିସଂଖ୍ୟାନ)କୁ ବିଶ୍ଳେଷନାତ୍ମକ ସହାୟତା ପ୍ରଦାନ କରିଥାଏ ।

ଜିଲ୍ଲା ବ୍ୟାପକ ଯୋଜନା ପ୍ରସ୍ତୁତିକରଣ

ବିଭିନ୍ନ ଜିଲ୍ଲା ସ୍ତରୀୟ ଡି.ପି.ଏମ.ୟୁ ସ୍କିମ କୁ ଆଖି ଆଗରେ ରଖି ଜିଲ୍ଲା ଯୋଜନା ପ୍ରସ୍ତୁତ କରିଥାଏ । ଏହି ଯୋଜନା କୁ ଅଧିକ ଫଳପ୍ରଦ ଏବଂ ପ୍ରାସଙ୍ଗିକ କରିବା ପାଇଁ ଜିଲ୍ଲା ସ୍ତରରେ ବିଭିନ୍ନ ଅଧିକାରୀଙ୍କ ଓ କର୍ମଚାରି ଙ୍କ ସହଯୋଗ ବିଭିନ୍ନ ସ୍କିମ ର ପାଣ୍ଠିକୁ ସଠିକ ଭାବରେ ଖର୍ଚ ଓ ଆବଣ୍ଟନ କରିଥାନ୍ତି ।

ଜିଲ୍ଲା ଯୋଜନା କମିଟି (DPC)

ଡିପିସି କୁ ଜିଲ୍ଲା ଏବଂ ଉପଜିଲ୍ଲା ସ୍ତରରେ ବୈଷୟିକ କମିଟି ସାହାଯ୍ୟ କରିଥାଏ । ଏଥିପାଇଁ ରାଜ୍ୟ ସରକାର ୩ ଜଣ ଦକ୍ଷ ଅଧିକାରୀ ଙ୍କୁ ନିଯୁକ୍ତି ପ୍ରଦାନ କରିଥାନ୍ତି । ଏହା ବ୍ୟତୀତ ଡିପିସି ରେ କିଛି ଦକ୍ଷ ସଦସ୍ୟ ଏବଂ ମନୋନିତ ସଦସ୍ୟ ରହିବାର ନିୟମ ରହିଅଛି । ଏହି ସଂଶୋଧନ ଅଧିନିୟମ ୨୨.୧୨.୨୦୧୫ ରିଖ ରେ ଓଡିଶା ସରକାର ଙ୍କ ଗେଜେଟରେ ପ୍ରକାଶ ପାଇବା ସହ ୨୫.୦୧.୨୦୧୬ରୁ କାର୍ଯ୍ୟକାରୀ ହୋଇଅଛି । ଓଡିଶା ଜିଲ୍ଲା ଯୋଜନା କମିଟି ସଂଶୋଧନ ଅଧିନିୟମ ଅନୁସାରେ ୨୯.୦୧.୨୦୧୬ ରାଜ୍ୟ ସରକାର ୧୫ଜଣ ବିଧାୟକ ଙ୍କୁ ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ / ଅଧ୍ୟକ୍ଷା ନିଯୁକ୍ତ କରିଥିଲେ । କଳାହାଣ୍ଡି ଜିଲ୍ଲାର ଅଧ୍ୟକ୍ଷ ଭାବେ ଶ୍ରୀ ବଳଭଦ୍ର ମାଝି (ଲାଞ୍ଜିଗଡ ବିଧାୟକ ) ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

ଜିଲ୍ଲା ଯୋଜନା ଏବଂ ପର୍ଯ୍ୟବେକ୍ଷଣ ଅନ୍ତର୍ଭୁକ୍ତ ସ୍କିମସ

ଡିପିଏମୟୁ ଅଧୀନ ରେ ନିମ୍ନଲିଖିତ ସ୍କିମସ କାର୍ଯ୍ୟରତ ଅଟେ

    1. ଅନୁଦାନ (GRANT-IN-AID)
      ଯୋଜନା ଓ ସଂଯୋଜନ ବିଭାଗ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି, ସ୍ଵତନ୍ତ୍ର ସମସ୍ୟା ପାଣ୍ଠି, ସ୍ଵତନ୍ତ୍ର ଉନ୍ନୟନ କାର୍ଯ୍ୟକ୍ରମ ନିମନ୍ତେ ଅନୁଦାନ ପ୍ରଦାନ କରେ ଏବଂ ସାଂସଦ ଉନ୍ନୟନ ପାଣ୍ଠିର ପର୍ଯ।ଲୋଚନା କରେ । ମାନନୀୟ ସାଂସଦ ଓ ବିଧାୟକ ମାନେ ଏହି କାର୍ଯ୍ୟକ୍ରମରେ ନିଜସ୍ଵ ନିର୍ବାଚନ ମଣ୍ଡଳୀରେ ଉପଯୋଗ କରିବା ନିମନ୍ତେ ପ୍ରକଳ୍ପମାନ ସୁପାରିସ କରିଥାନ୍ତି । ଏହି ଯୋଜନାରେ ବିଶଦ ବିବରଣୀ ନିମ୍ନରେ ପ୍ରଦତ୍ତ କରାଗଲା ।
    2. ବିଜୁ କେ. ବି. କେ. ଯୋଜନା
      ରାଜ୍ୟସରକାର ନିଜସ୍ଵ ପାଣ୍ଠିରୁ ବିଜୁ କେ.ବି.କେ. ଯୋଜନାରେ ୨୧୭୫୦.୦୦ ଲକ୍ଷ୍ୟ ଟଙ୍କା କଳାହାଣ୍ଡି ଜିଲ୍ଲାରେ ୨୦୦୬-୦୭ ଠାରୁ ୨୦୧୭-୧୮ ପର୍ଯ୍ୟନ୍ତ ବ୍ୟୟ ବରାଦ କରିଛନ୍ତି । ତନ୍ମଧ୍ୟରୁ ୧୮୫୮୭.୬୨ ଲକ୍ଷ୍ୟ ଏପ୍ରଜ୍ୟନ୍ତ ବିନିଯୋଗ ହୋଇଅଛି । ୪୧୫୩ ଗୋଟି ପ୍ରକଳ୍ପ ମଞ୍ଜୁର ହୋଇଅଛି ଏବଂ ୩୫୫୯ ଗୋଟି ପ୍ରକଳ୍ପ ର କାର୍ଯ୍ୟ ସମାପ୍ତ ହୋଇଅଛି । ଏହି ଅର୍ଥକୁ ବିଜୁଳି, ସଡକ, ପାଣି ଓ ଜୀବିକା ନିର୍ବାହ ପାଇଁ ପଦକ୍ଷେପ ଅର୍ଥାତ ଗ୍ରାମ୍ୟ ବିଦ୍ୟୁତିକରଣ ଓ ରାସ୍ତା ଘାଟରେ ବିଜୁଳି ଆଲୁଅ ବ୍ୟବସ୍ତା, ଗ୍ରାମ ମଧ୍ୟରେ କଂକ୍ରିଟ ରାସ୍ତା ନିର୍ମାଣ, ଜଳସେଚନ ଓ ପାନୀୟ ଜଳର ଉସ ସୃଷ୍ଟିସଂପର୍କିତ କାର୍ଯ୍ୟ / ପ୍ରକଳ୍ପ ଏବଂ ପୋଷଣୀୟ ଆଯ ସୃଷ୍ଟି ଆଦି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରଯାଇଛି । ଏହି ଯୋଜନାରେ ୨୦୧୮-୧୯ କଳାହାଣ୍ଡି ଜିଲ୍ଲା ପାଇଁ ବ୍ୟୟ ବାରଦ କରାଯାଇଛି ।
    3. ପଶ୍ଚିମ ଓଡିଶା ବିକାଶ ପରିଷଦ (WODC)
      ପଶ୍ଚିମ ଓଡିଶା ବିଭିନ୍ନ ଜିଲ୍ଲାରେ ଉନ୍ନୟନ ପ୍ରକ୍ରିୟାକୁ ତ୍ଵରାନ୍ନିତ କରିବା ଲକ୍ଷ୍ୟ ନେଇ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରାଯାଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟ ପରିସର ୧୦ ଗୋଟି ଜିଲ୍ଲା ଯଥା – ବରଗଡ, ବଲାଙ୍ଗିର, ବୌଦ୍ଧ, ଦେବଗଡ, ଝାରସୁଗୁଡା, କଳାହାଣ୍ଡି, ନୂଆପଡା, ସମ୍ବଲପୁର, ସୁବର୍ଣପୁର, ସୁନ୍ଦରଗଡ ଏବଂ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ଅଟେ । ରାଜ୍ୟ ସରକାର ଏହି ବିକାଶ ପରିଷଦକୁ ୨୦୦୮-୨୦୦୯ ମସିହାଠାରୁ ପ୍ରତିବର୍ଷ ୫୦.୦୦ କୋଟି ସ୍ଵତନ୍ତ୍ର ଅନୁଦାନକୁ ମିଶାଇ ମୋଟ ୧୦୦ କୋଟି ଟଙ୍କା ସହାୟକ ଅନୁଦାନ ମଞ୍ଜୁର କରିଥାନ୍ତି ।
      ପଶ୍ଚିମ ଓଡିଶା ବିକାଶ ପରିଷଦ ଆରମ୍ବ ହେବ ଦିନଠାରୁ ଗମନାଗମନ ଓ ଯୋଗାଯୋଗ, କୃଷି ଭିର୍ତ୍ତିକ ଉନ୍ନତି, କ୍ଷୁଦ୍ର ଜଳସେଚନ, ଚେକଡ୍ୟାମ ନିର୍ମାଣ, ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ, ପାଇପ ଜଳ ଯୋଗାଣ ପ୍ରକଳ୍ପ, ନଳକୂପ ଖନନ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କ ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ ସେବା, ଗ୍ରାମ୍ୟ ବିଦ୍ୟୁତିକରଣ, କମ୍ୟୁନିଟି ସେଣ୍ଟର ତଥା କଲ୍ୟାଣ ମଣ୍ଡପ ନିର୍ମାଣ, ପାର୍କ ଓ ଖେଳ ପଡିଆର ବିକାଶ ଇତ୍ୟାଦି ବାବଦରେ ୪୧୫୪ ଗୋଟି ପ୍ରକଳ୍ପ ପାଇଁ ୧୯୪.୯୫ କୋଟି ଟଙ୍କା ପ୍ରଶାସନିକ ମଞ୍ଜୁରୀ ଦେଇଛନ୍ତି ଓ ତନ୍ମଧ୍ୟରୁ ୩୭୭୩ ଗୋଟି ପ୍ରକଳ୍ପ ଅଦ୍ୟାବଧି ସଂପୂର୍ଣହୋଇଅଛି ।
    4. ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି (MLALAD)
      ଯୋଜନା ପ୍ରକ୍ରିୟାରେ ଜନସାଧାରଣ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ଅଂଶଗ୍ରହଣକୁ ଅଧିକରୁ ଅଧିକ ବୃଦ୍ଧି କରିବା ନିମନ୍ତେ, ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ପ୍ରଚଳନ କରାଯାଇଛି, ଯାହାକି ଯୋଜନାର ବିକେନ୍ଦ୍ରୀକରଣ ର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ୧୯୯୩ ଠାରୁ ପ୍ରଚଳିତ ସାଂସଦ ଉନ୍ନୟନ ପାଣ୍ଠି ଢାଞ୍ଚା ରେ ୧୯୯୭-୯୮ ଠାରୁ ବିଧାୟକ ଉନ୍ନୟନ ପାଣ୍ଠି ଓଡିଶା ରେ ପ୍ରଚାଳନ କରାଯାଇଛି । ରାଜ୍ୟ ଯୋଜନା ବଜେଟ ରୁ ପ୍ରତି ନିର୍ବାଚନ ମଣ୍ଡଳୀ ପିଛା ୧.୦୦ କୋଟି ଲେଖାଏଁ ଅର୍ଥ ପ୍ରଦତ୍ତ କରାଯାଇଥାଏ, ଯାହାକି ରାଜ୍ୟର ସମ୍ବଳକୁ ଦୃଷ୍ଟିରେ ରଖି ବଣ୍ଟନ କରାଯାଇଥାଏ । ଏହି ଅର୍ଥ କ୍ଷୁଦ୍ର ତଥା ଅତ୍ୟାବଶ୍ୟକ ପ୍ରକଳ୍ପ ଗୁଡିକ ନିମନ୍ତେ ଖର୍ଚ୍ଚ ହେବା ପାଇଁ ଉଦିଷ୍ଟ ଅଟେ । ଅନ୍ୟ ସୂତ୍ରରୁ ଅର୍ଥ ଉପଲବ୍ଧ ହୋଇପାରୁନଥିବା ପ୍ରକଳ୍ପ ଗୁଡିକ ନିମନ୍ତେ ଏହି ପାଣ୍ଠି ର ଅର୍ଥ ମଞ୍ଜୁର କରାଯାଏ । ଏହି ଅର୍ଥ ଅନ୍ୟ କୌଣସି ପାଣ୍ଠି ସହିତ ମିଶାଯାଇ ପାରିବ ନହିଁ । ତଥାପି ଏହି ପାଣ୍ଠି ରାଜ୍ୟ ପ୍ରତିଷ୍ଠିତ ପ୍ରଶାସନ ଏବଂ ଆର୍ଥିକ କ୍ରିୟାବିଧି ଓ କେତେକ ନିର୍ଦ୍ଧିଷ୍ଠ ନିଯମାବଳୀ ଅନୁଯାୟୀ ବିନିଯୋଗ କରାଯାଏ । ମନୋନୀତ ପ୍ରକଳ୍ପ ଗୁଡିକ ଆର୍ଥିକ ବର୍ଷ ମଧ୍ୟରେ ମନୋନୀତ ହେବା ଆବଶ୍ୟକ ୨୦୧୦-୧୧ ରୁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି constituency ପିଛା ୧.୦୦ କୋଟି କୁ ବୃଦ୍ଧି କରାଯାଇଛି । ରାଜ୍ୟ ସ୍ତରରେ ଓ ଜିଲ୍ଲା ସ୍ତରରେ ଏହାର ତ୍ୱରାନ୍ୱିତ କାର୍ଯ୍ୟ।ନ୍ନୟନ ପାଇଁ ନିୟମିତ ଭାବରେ ସମୀକ୍ଷା କରାଯାଉଛି । ୨୦୧୭-୧୮ ପର୍ଯ୍ୟନ୍ତ ୭୩୩୯.୦୦ ଲକ୍ଷ୍ୟ ଟଙ୍କା କଳାହାଣ୍ଡି ଜିଲ୍ଲା କୁ ମଞ୍ଜୁର କରାଯାଇଛି । ସେଥିରୁ ୬୫୭୦.୯୫ ଲକ୍ଷ୍ୟ ଟଙ୍କା (୮୯.୫୩%) ବର୍ତ୍ତମାନ ସୁଧା ଖର୍ଚ୍ଚ ହୋଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ୫୦୦.୦୦ ଲକ୍ଷ୍ୟ ଟଙ୍କା ବଜେଟ ରେ ବ୍ୟବସ୍ତା କରାଯାଇଛି । ଅଦ୍ୟାବଧି ୭୯୪୩ ଟି ପ୍ରକଳ୍ପ ମଞ୍ଜୁର ହୋଇଛି ଯହିଁରୁ ୭୫୬୮ (୯୫%) ଟି ପ୍ରକଳ୍ପ ସମ୍ପୂର୍ଣ ହୋଇଛି ।
    5. ସ୍ଵତନ୍ତ୍ର ଉନ୍ନୟନ କାର୍ଯ୍ୟକ୍ରମ (SDP)
      ରାଜ୍ୟ ସରକାର ୨୦୧୨-୧୩ ଆର୍ଥିକ ବର୍ଷ ଠାରୁ ସ୍ଵତନ୍ତ୍ର ଉନ୍ନୟନ କାର୍ଯ୍ୟକ୍ରମ ଯୋଜନା ପ୍ରବର୍ତ୍ତନ କରିଅଛନ୍ତି । ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ।ନ୍ଵୟନ ଏହି ପାଣ୍ଠିର ମୂଳ ଲକ୍ଷ । ଯୋଜନା ଓ ସଂଯୋଜନ ବିଭାଗ ଦ୍ଵାରା ରାଜ୍ୟ ଯୋଜନା ବଜେଟ ଅଟକଳରେ ଏହି ଅନୁଦାନ ବାବଦରେ ନିର୍ବାଚନ ମଣ୍ଡଳୀ ପିଛା ୫୦ ଲକ୍ଷ ଟଙ୍କା ଅର୍ଥ ବରାଦ କରାଯାଇଥାଏ । ଏହି ଅର୍ଥ ବିଧାୟକ ପାଣ୍ଠି-୧୯୯୭ ନିୟମାବଳୀ ଅନୁଯାୟୀ ଅନ୍ତଃନିର୍ମାଣ ଉନ୍ନୟନ ପ୍ରକଳ୍ପଗୁଡିକ ନିମନ୍ତେ ବ୍ୟୟ କରାଯିବା ପାଇଁ ନିର୍ଦ୍ଧାରିତ ହୋଇଅଛି । ବର୍ତ୍ତମାନ ସୁଦ୍ଧା ୧୫୦୦.୦୦ ଲକ୍ଷ୍ୟ ଟଙ୍କା କଳାହାଣ୍ଡି ଜିଲ୍ଲାକୁ ମଞ୍ଜୁର ହୋଇଅଛି । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦୫୩.୦୦ (୭୦.୦୨%) ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇଅଛି । ଅଦ୍ୟାବଧି ୪୩୯ ଟି ପ୍ରକଳ୍ପ ମଞ୍ଜୁର ହୋଇଛି ଯହିଁରୁ ୩୩୭ (୭୬.୭୬%) ଟି ପ୍ରକଳ୍ପ ସମ୍ପୂର୍ଣ ହୋଇଛି । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୭୩.୫୦ କୋଟି ଟଙ୍କା ବ୍ୟୟ ଅଟାକଳ ପ୍ରସ୍ତାବ ରଖାଯାଇଛି ।
    6. ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠି (MPLAD)
      ଏହି ଯୋଜନା ୧୯୯୩-୯୪ ମସିହା ଠାରୁ କାର୍ଯ୍ୟକାରୀ ହୋଇଛି । ଏହି ଯୋଜନାରେ ପ୍ରତ୍ୟେକ ସାଂସଦ ନିଜ ନିର୍ବାଚନ ମଣ୍ଡଳୀ ନିମନ୍ତେ ବର୍ଷକୁ ୫.୦୦ କୋଟି ଟଙ୍କାର ପ୍ରକଳ୍ପ ସୁପାରିସ କରିଥାନ୍ତି । ରାଜ୍ୟସଭା ସାଂସଦ ତାଙ୍କ ନିର୍ବାଚନ ମଣ୍ଡଳୀ କିମ୍ବା ଅନ୍ୟ ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରକଳ୍ପମାନ ଦେଇପାରିବେ । ଭାରତ ସରକାରଙ୍କ ଅଧୀନରେ ଥିବା “ପରିସଂଖ୍ୟାନ ଓ ଯୋଜନା କାର୍ଯ୍ୟନ୍ଵୟନ ମନ୍ତ୍ରଣାଳୟ” ବିଭିନ୍ନ ସମୟରେ ଏହି ସଙ୍କ୍ରାନ୍ତିୟ ନିର୍ଦ୍ଦେଶାବଳି ପ୍ରଦାନ କରିଥାନ୍ତି । ମାନନୀୟ ସାଂସଦ ମାନେ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ସ୍ଥାନୀୟ ସମସ୍ୟାକୁ ଦ୍ରୁଷ୍ଟିରେ ରଖି ଉନ୍ନୟନମୂଳକ ପ୍ରକଳ୍ପମାନ ସୁପାରିଶ କରିଥାନ୍ତି । ଏହି ପାଣ୍ଠିରେ ଯୋଜନା ଆରମ୍ଭରୁ ଗୁରୁତ୍ଵପୂର୍ଣ ଓ ସ୍ଥାୟୀ ପ୍ରକଳ୍ପ ସବୁ ଯଥା-ପାନୀୟଜଳ, ପ୍ରାଥମିକ ଶିକ୍ଷା, ସାଧାରଣ ସ୍ୱାସ୍ଥ୍ୟ, ପରିମଳ ଓ ରାସ୍ତା ଇତ୍ୟାଦି ମଞ୍ଜୁର କରାଯାଇଥାଏ । ଏହି ବିଭାଗ ଉକ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ ସତତ ଚେଷ୍ଟିତ ରହିଥାଏ । ଏହା ଛଡା ଏକ MIS Portal ପ୍ରଚଳନ କରାଯାଇଛି ଯହିଁରେ ସମସ୍ତ ତଥ୍ୟ ମନୋନୀତ ଜିଲ୍ଲା ଦ୍ଵାରା ଜନସାଧାରଣଙ୍କ ଅବଗତି ନିମନ୍ତେ ଦର୍ଶାଯାଇଛି ।
      ଏହି ପାଣ୍ଠି ସିଧାସଳଖ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଡାଲ ଜିଲ୍ଲାପାଳଙ୍କ ପାଖକୁ ଆସିଥାଏ । ବିଭିନ୍ନ ସ୍ତରରେ ଏହି କାର୍ଯ୍ୟର ସମୀକ୍ଷା କରାଯାଇଥାଏ । ରାଜ୍ୟ ସରକାର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅଧୀନରେ ଜିଲ୍ଲା ସ୍ତରୀୟ Monitoring Committee ଗଠନ କରିଛନ୍ତି । ଭାରତ ସରକାର ଅଦ୍ୟାବଧି ୭୭୧୫.୦୦ ଲକ୍ଷ୍ୟ ଟଙ୍କା କଳାହାଣ୍ଡି ଜିଲ୍ଲାକୁ ମଞ୍ଜୁର କରିଅଛନ୍ତି ଏବଂ ତନ୍ମଧ୍ୟରୁ ୬୮୦୬.୫୪ ଲକ୍ଷ୍ୟ ଟଙ୍କା (୮୮%) ଖର୍ଚ୍ଚ ହୋଇଛି । ଅଦ୍ୟାବଧି ୩୦୨୫ ଟି ପ୍ରକଳ୍ପ ମଞ୍ଜୁର ହୋଇଛି ଯହିଁରୁ ୨୮୫୭ (୯୪%) ଟି ପ୍ରକଳ୍ପ ସମ୍ପୂର୍ଣ ହୋଇଛି ।
    7. ସ୍ଵତନ୍ତ୍ର ସମସ୍ୟା ଜନିତ ପାଣ୍ଠି (SPF)
      ରାଜ୍ୟ ସରକାରଙ୍କ ଦ୍ଵାରା ୧୯୯୭-୯୮ ରେ ସ୍ଵତନ୍ତ୍ର ସମସ୍ୟା ଜନିତ ପାଣ୍ଠି କାର୍ଯ୍ୟକାରୀ ହେଲା । ବିଭିନ୍ନ ଜିଲ୍ଲାର ସ୍ଵତନ୍ତ୍ର ଗୁରୁତ୍ଵ ଥିବା ପ୍ରକଳ୍ପ ଗୁଡିକୁ ଉପରୋକ୍ତ ପାଣ୍ଠିରେ ଅର୍ଥ ମଞ୍ଜୁର ହୋଇଥାଏ । ସ୍ଵତନ୍ତ୍ର ସମସ୍ୟା ଥିବା ତଥା ସ୍ଥାନୀୟ ଆବଶ୍ୟକତା ଥିବା କ୍ଷୁଦ୍ର ଓ ଅତ୍ୟାବଶ୍ୟକୀୟ ପ୍ରକଳ୍ପ ନିମନ୍ତେ ଅର୍ଥ ମଞ୍ଜୁର ଏହି ଯୋଜନାର ମୂଳ ଲକ୍ଷ ଅଟେ । ଏଥିରେ ଗୋଟିଏ ପ୍ରକଳ୍ପର ସର୍ବାଧିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।
      ଏଯାବତ ୨୦୧୮ ମାର୍ଚ ସୁଦ୍ଧା ୨୨୮୮.୮୦ ଲକ୍ଷ୍ୟ ଟଙ୍କା କଳାହାଣ୍ଡି ଜିଲ୍ଲାକୁ ଅନୁଦାନ ପ୍ରାପ୍ତ ହୋଇଅଛି । ସେଥିରୁ ୧୨୮୭.୮୬ ଲକ୍ଷ୍ୟ (୫୬%) ଟଙ୍କା ଖର୍ଚ୍ଚ ହୋଇଅଛି । ଅଦ୍ୟାବଧି ମୋଟ ୧୪୨୯ ମଞ୍ଜୁରିପ୍ରାପ୍ତ ପ୍ରକଳ୍ପ ମଧ୍ୟରୁ ୭୭୧ (୫୪%) ପ୍ରକଳ୍ପ ସମ୍ପୂର୍ଣ ହୋଇଛି ।
    8. ବିଜୁ ଗ୍ରାମ ଜ୍ୟୋତି ଯୋଜନା (BGJY)
      ବିଜୁ ଗ୍ରାମ ଜ୍ୟୋତି ଯୋଜନା ୨୦୦୭-୦୮ ରୁ ଓଡିଶା ସରକାର ଏନକେ ଦ୍ଵାରା କାର୍ଯ୍ୟକାରୀ ହୋଇଆସୁଅଛି । ଏହି ଯୋଜନା ରେ କଳାହାଣ୍ଡି ଜିଲ୍ଲା ଅଦ୍ୟାବଧି ୪୧୧୭.୫୦ ଲକ୍ଷ୍ୟ ଟଙ୍କା ଅନୁଦାନ ପ୍ରାପ୍ତ ହୋଇଅଛି ଏବଂ ୩୭୧୮.୫୩ ଲକ୍ଷ୍ୟ ଟଙ୍କା ବିନିଯୋଗ ହୋଇଅଛି । ଏହି ଯୋଜନା ରେ ଯେଉଁ ପଡା ରେ ବିଜୁଳି ବ୍ୟବସ୍ତା ନ ଥାଏ ସେହିପରି ପଡା ମାନଙ୍କୁ ବିଗତ ୨୦୦୭-୦୮ ଠାରୁ ବିଜୁଳି ବ୍ୟବସ୍ତା କରାଯାଉଛି । ବର୍ତ୍ତମାନ ସୁଧା କଳାହାଣ୍ଡି ଜିଲ୍ଲାରେ ୮୧୩ ଗ୍ରାମ କୁ ବିଜୁଳି ଆଲୋକ ବ୍ୟବସ୍ତା କରାଯାଇଅଛି । ଏହା ସହିତ ଦରିଦ୍ର ସୀମା ରେଖା ତଳେ ରହିଥିବା ୬୯୭୫ ହିତାଧିକାରୀ ମାନଙ୍କୁ ବିନା ମୂଲ୍ୟ ରେ ବିଜୁଳି ସଂଯୋଗୀକରଣ ବ୍ୟବସ୍ଥା କରାଯାଇଛି ।
    9. ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା (BSVY)
      ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା ୨୦୧୦-୧୧ ରୁ କାର୍ଯ୍ୟକାରୀ ହୋଇ ଆସୁଅଛି ।ଏହି ଯୋଜନା ରେ କଳାହାଣ୍ଡି ଜିଲ୍ଲା କୁ ଅଦ୍ୟାବଧି ୫୫୩.୩୫ ଲକ୍ଷ୍ୟ ଟଙ୍କାର ଅନୁଦାନ ମିଳିଅଛି ଏବଂ ସେଥିମଧ୍ୟରୁ ୪୭୭.୬୧ ଲକ୍ଷ୍ୟ ଟଙ୍କା ବିନିଯୋଗ ହୋଇଅଛି । ଏହି ଜିଲ୍ଲାରେ ରହିଥିବା ଚାରି ଗୋଟି ସହରାଞ୍ଚଳ ଯଥା ଭବାନୀପାଟଣା, ଜୁନାଗଡ, କେସିଙ୍ଗା, ଧର୍ମଗଡ ରେ ୧୫୦ ଟି ବସ୍ତି ୧୨୭୭ ଟି ବି.ପି.ଏଲ ପରିବାର କୁ ବିଦ୍ୟୁତ ଯୋଗାଇ ଦେବା ସହିତ / ପରିବାର କୁ କୁଟୀର ଜ୍ୟୋତି ଯୋଗାଇ ଦିଆଯାଇଅଛି । ଆଗାମୀ ବର୍ଷ ମଧ୍ୟରେ ସମସ୍ତ ପଡା କୁ ବିଦ୍ୟୁତ ଯୋଗାଣ କାର୍ଯ୍ୟ ସମାପ୍ତ କରାଯିବ ।
    10. ଜିଲ୍ଲା ଯୋଜନା ପାଇଁ ସଙ୍କଟକାଳୀନ ପାଣ୍ଠି
      ୨୦୧୬-୧୭ ଆର୍ଥିକ ବର୍ଷରେ ଜିଲ୍ଲା ଯୋଜନା ପାଇଁ ସଙ୍କଟକାଳୀନ ପାଣ୍ଠି ନାମକ ଏକ ନୂତନ ଯୋଜନା କଳାହାଣ୍ଡି ଜିଲ୍ଲାରେ ପ୍ରଚଳନ କରାଯାଇଅଛି ।
      ଉପରୋକ୍ତ ଯୋଜନାରେ ଗ୍ରାମାଞ୍ଚଳରେ ମୌଳିକ ବିତ୍ତିଭୂମିକୁ ପ୍ରାଧାନ୍ୟ ଦିଆଯାଇ ଯୋଗାଯୋଗ ଶୂନ୍ୟ ଅଞ୍ଚଳକୁ ସଂଯୋଗୀକରଣ, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳକୁ ଗୁରୁତ୍ଵ ଦେବାର ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ରେ କଳାହାଣ୍ଡି ଜିଲ୍ଲା କୁ ଅଦ୍ୟାବଧି ୩.୧୬ କୋଟି ଟଙ୍କାର ଅନୁଦାନ ମିଳିଅଛି ଏବଂ ସେଥିମଧ୍ୟରୁ ୨.୬୬ କୋଟି ଟଙ୍କା ବିନିଯୋଗ ହୋଇଅଛି । ଏହି ଯୋଜନାରେ ଅଦ୍ୟାବଧି ୯୫ ଟି ପ୍ରକଳ୍ପ ମଞ୍ଜୁରୀ ପ୍ରାପ୍ତ ହୋଇ ଅଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରତ୍ୟେକ ଜିଲ୍ଲାକୁ ଲୋକସଂଖ୍ୟା ଅନୁପାତରେ ଅର୍ଥ ଆବଣ୍ଟନ କରାଯାଇଅଛି ।
      ସରକାରଙ୍କ ଅନୁମୋଦନକ୍ରମେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ବଳଭଦ୍ର ମାଝି (ବିଧାୟକ ଲାଞ୍ଜିଗଢ଼) ଙ୍କୁ ସଙ୍କଟକାଳୀନ ପାଣ୍ଠିର ପ୍ରକଳ୍ପ ଅନୁମୋଦନ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଅଛି ।

କୃଷି ପରିସଂଖ୍ୟାନ

ଭାରତ ସରକାରଙ୍କର ଶତପ୍ରତିଶତ ଆର୍ଥିକ ଅନୁଦାନ ସହାୟତାରେ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶାଳୟ ଦ୍ଵାରା କାର୍ଯକ୍ରମ ୧୯୭୬-୭୭ ମସିହାରୁ କାର୍ଯ୍ୟକାରୀ କରାଯାଉଅଛି । ଏହି କାର୍ଯକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ବ୍ଲକସ୍ତରରେ ରାଜ୍ୟର ମୁଖ୍ୟ ଫସଲ ଧାନର କ୍ଷେତ୍ରଫଳ, ଉତ୍ପାଦନ ଓ ଉତ୍ପାଦନ ହାରର ଅଟକଳ ନିର୍ଣ୍ଣୟ କରିବା ଓ ଜିଲ୍ଲା ସ୍ତରରେ ୧୨ ଗୋଟି ଗୌଣ ଫସଲର ଅଟକଳ ପ୍ରସ୍ତୁତ କରିବା । ଏହି ସର୍ଭେର ତଥ୍ୟାବଳୀକୁ ଆଧାର କରି ୧୩ ଗୋଟି ଫସଲ ଯଥା – ଗହମ , ମକା , ମାଣ୍ଡିଆ ,ମୁଗ, ବିରି ,କୋଳଥ , ରାଶି , ଚିନାବାଦାମ , ସୋରିଷ ,ଆଲସୀ ,ଆଳୁ , ଝୋଟ , ଆଖୁ , ପାଇଁ ପ୍ରସ୍ତୁତ କରାଯାଇଥିବା ଅଟକଳ କେନ୍ଦ୍ର ଓ ରାଜ୍ୟ ସରକାର ସରକାରୀ ତଥ୍ୟ ରୂପରେ ଗ୍ରହଣ କରିଥାନ୍ତି ।
୨୦୧୭-୧୮ ବର୍ଷ ପାଇଁ କଳାହାଣ୍ଡି ଜିଲ୍ଲାରେ ଭୋଦେଇ ଋତୁର ୪୪୬ ନମୁନା ଗ୍ରାମର ଜମି ବିନିଯୋଗ ସର୍ଭେ କାର୍ଯ୍ୟ ଶେଷ ହୋଇଅଛି ଓ ପ୍ରାୟ ଧାନର ୧୭୦୬ ଶସ୍ୟକାଟ ପରୀକ୍ଷା କାର୍ଯ୍ୟ ସମ୍ପର୍ଣ୍ଣ କରଯାଇଅଛି । ଖରିଫ ଋତୁରେ ଧାନ ଓ ଗୌଣ ଫସଲର କ୍ଷେତ୍ରର କ୍ଷେତ୍ରଫଳ ଓ ଶସ୍ୟକାଟର କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଛି ଯାହା ନିର୍ଦେଶକ, ଅର୍ଥନୀତି ଓ ପରିସଙ୍ଖ୍ୟ।ନ ବିଭାଗ ନିକଟରେ ଉପସ୍ଥାପନ କରଯାଇଅଛି ।

୨୦୧୮-୧୯ ବର୍ଷରେ ୩ ଟି ଶସ୍ୟ ଋତୁ ପାଇଁ ଧାନ ଓ ଗୌଣ ଫସଲର ୨୧୭୦ ଶସ୍ୟକାଟ ପରୀକ୍ଷା କରିବା ପାଇଁ ଧାର୍ଯ୍ୟ କରଯାଇଅଛି ।

ଶସ୍ୟ ପରିସଂଖ୍ୟାନ ଅଭିବୃଦ୍ଧି

ଓଡିଶାରେ ୧୯୭୬-୭୭ ମସିହାରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଅଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁଗ୍ମ ଉଦ୍ୟମରେ କୃଷି ପରିସଂଖ୍ୟାନ (EARAS) ଯୋଜନା କାର୍ଯ୍ୟକାରୀ ହେବାରେ ରହୁଥିବା ଅଭାବ, ଅସୁବିଧାର ଅନୁସନ୍ଧାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ଅଟେ ।
୨୦୧୬ -୧୭ ବର୍ଷରେ ପ୍ରତ୍ୟେକ ଋତୁରେ କଳାହାଣ୍ଡି ଜିଲ୍ଲାରେ ୧୪ ଗୋଟି ନମୁନା ଗ୍ରାମର କ୍ଷେତ୍ର ପରିଗଣନା କାର୍ଯ୍ୟ ଓ ୭୦ ଗୋଟି ଶସ୍ୟକାଟର ପରୀକ୍ଷଣ କାର୍ଯ୍ୟ (ଧାନ ଓ ଗୌଣ ଫସଲ ଯଥା – ମକା ,ବିରି , ମୁଗ , କୋଳଥର ) ପରିସମାପ୍ତି ହୋଇଅଛି ।
୨୦୧୭ -୧୮ ବର୍ଷର ଭୋଦେଇ ଋତୁରେ ଧାନ ଓ ଗୌଣ ଫସଲର (ଯଥା – ମକା , ବିରି , ମୁଗ , କୋଳଥ , ଚିନାବାଦାମ ର ) କ୍ଷେତ୍ର ପରିଗଣନା ଓ ଶସ୍ୟକାଟ ପରୀକ୍ଷଣ କାର୍ଯ୍ୟ ସମାପ୍ତ ହୋଇଅଛି । ସେହିପରି ଶୀତ ଋତୁ ନିମନ୍ତେ ଆବଶ୍ୟକୀୟ ଧାନ ଫସଲର ଶସ୍ୟକାଟ ପରୀକ୍ଷଣ ବିବରଣୀ ନିର୍ଦ୍ଦେଶକ , ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ନିକଟକୁ ପ୍ରେରଣ କରଯାଇଅଛି ।
ସେହିପରି କ୍ଷେତ୍ର ପରିଗଣନା ଓ ଶସ୍ୟକାଟ ପରୀକ୍ଷା , ବିଭିନ୍ନ ଫସଲ ଯଥା – ଧାନ ଓ ଗୌଣ ଫସଲ ( ମକା , ବିରି , ସୋରିଷ , ମୁଗ , କୋଳଥ ) ଫସଲ ପାଇଁ ୨୦୧୮ -୧୯ କୃଷି ବର୍ଷରେ କରାଯିବ ।

ଚିନା ବାଦାମ ଆକଳନ
ଧାନ କଟା ରିସଂଖ୍ୟାନ

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ର ମୂଳଲକ୍ଷ୍ୟ ହେଲା ବୀମାଭୁକ୍ତ ଚାଷୀମାନଙ୍କୁ ବୀମ।ରାଶି ପ୍ରଦାନ ନିମନ୍ତେ ନିର୍ଦ୍ଧାରିତ ଶସ୍ୟ ଯଥା – ଧାନ, ମକା ,ଚିନାବାଦାମ , ସୋରିଷର ଶସ୍ୟ ଉତ୍ପାଦନ ହାର ନିର୍ଣ୍ଣୟ କରିବା । ୨୦୧୦ -୧୧ ବର୍ଷଠାରୁ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶ।ଳୟ ରାଷ୍ଟ୍ରୀୟ କୃଷିବୀମା ଯୋଜନା (ଆରକେବିୟାଇ) ମାଧ୍ୟମରେ ଉତ୍ପାଦନ ହାର ଅଟକଳ କରିଆସୁଅଛି । ରାଜ୍ୟସରକାରଙ୍କ ସମବାୟ ବିଭାଗ ରାଷ୍ଟ୍ରୀୟ କୃଷିବୀମା ନିମନ୍ତେ ସଂଯୋଜକ ଭାବେ କାର୍ଯ୍ୟ କରୁଅଛି ।
୨୦୧୬-୧୭ କୃଷିବର୍ଷ ପାଇଁ ଧାନ (ଖରିଫ ଓ ରବି ) ଓ ଗୌଣ ଫସଲ ଯଥା – ମକା, ବିରି , ସୋରିଷ , କୋଳଥ , ଚିନାବାଦାମ ଫସଲ ପାଇଁ ଯଥାକ୍ରମେ ଗ୍ରାମ ପଞ୍ଚାଯତ / ନଗରପାଳିକା ଓ ବ୍ଲକୱାରି ଉତ୍ପାଦନ ହାର ଆକଳନ କରାଯାଇ ନିର୍ଦ୍ଦେଶକ,ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ନିକଟକୁ ପ୍ରେରଣ କରଯାଇଅଛି ।
୨୦୧୭ -୧୮ କୃଷି ବର୍ଷରେ ଏହି କାର୍ଯ୍ୟକ୍ରମ (ଉଭୟ ଖରିଫ ଓ ରବି ) ଋତୁରେ ବ୍ଲକୱାରି ଧାନ ଫସଲ ଓ ଗୌଣ ଫସଲର ଉତ୍ପାଦନ ହାର ନିର୍ଣ୍ଣୟ କରାଯାଇ ନିର୍ଦ୍ଦେଶକ,ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ନିକଟକୁ ପ୍ରେରଣ କରାଯାଇଛି । ୨୦୧୮ -୧୯ ବର୍ଷରେ ଉକ୍ତ କାର୍ଯ୍ୟ ଚାଲୁରହିବ ।

କୃଷି ଶ୍ରମ ମଜୁରି

କୃଷି ଶ୍ରମ ମଜୁରି ଓ କୃଷି ଉତ୍ପାଦନରେ ନିୟୋଜିତ କେତେକ ଦ୍ରବ୍ୟ ମୂଲ୍ୟର ମାସିକ ବିବରଣୀ ଜିଲ୍ଲାର ୪ ଗୋଟି କେନ୍ଦ୍ରରୁ ସଂଗ୍ରହ କରାଯାଇ ଏହାର ତନଖି ଓ ଏକତ୍ରିକରଣ ପରେ ,ମାସିକ ବିବରଣୀ ନିର୍ଦ୍ଦେଶକ,ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ନିକଟକୁ ପଠାଯାଏ । ଏପ୍ରିଲ -୨୦୧୮ ପର୍ଯ୍ୟନ୍ତ ସମସ୍ତ ବିବରଣୀ ପ୍ରସ୍ତୁତ ହୋଇ ନିର୍ଦ୍ଦେଶକଙ୍କ ନିକଟକୁ ପଠାଯାଇଅଛି । ଏହି କାର୍ଯ୍ୟକ୍ରମ ୨୦୧୮ -୧୯ ବର୍ଷରେ ମଧ୍ୟ ଚାଲୁରହିବ ।

ବାର୍ଷିକ ଶିଳ୍ପ ସର୍ବେକ୍ଷଣ

ଓଡିଶାର ବାର୍ଷିକ ଶିଳ୍ପ ସର୍ବେକ୍ଷଣ କାର୍ଯ୍ୟ କେନ୍ଦ୍ରୀୟ ପରିସଙ୍ଖ୍ୟ।ନ କାର୍ଯ୍ୟ।ଳୟ, ଶିଳ୍ପ ପରିସଂଖ୍ୟାନ ଶାଖା , ଭାରତ ସରକାରଙ୍କର ସହଯୋଗରେ ୧୯୬୦ ମସିହାରୁ କରାଯାଇଆସୁଅଛି । ବର୍ତ୍ତମାନ ବାର୍ଷିକ ଶିଳ୍ପ ସର୍ବେକ୍ଷଣର ୨୦୧୪ -୧୫ , ୨୦୧୫ -୧୬ ମସିହାର ତଥ୍ୟ ସଂଗ୍ରହ , ସମ୍ୟକ ପରୀକ୍ଷା ଓ ତଥ୍ୟ ଦରଜ କାର୍ଯ୍ୟ ଅଗ୍ରଗତି କରୁଅଛି ।
୨୦୧୮ -୧୯ ବର୍ଷରେ କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥା ଅନୁସାରେ ୨୦୧୬ -୧୭ ମସିହା ପାଇଁ ଶିଳ୍ପ ସର୍ବେକ୍ଷଣ କାର୍ଯ୍ୟର କ୍ଷେତ୍ର ସର୍ବେକ୍ଷଣ କାର୍ଯ୍ୟ ଗ୍ରହଣ କରାଯିବ ।

ଶିଳ୍ପ ସମ୍ବନ୍ଧୀୟ ଉତ୍ପାଦକ ସୂଚକ

କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟ।ଳୟ(ଶିଳ୍ପ ପରିସଂଖ୍ୟାନ ଶାଖା ଅନୁଦେଶ କ୍ରମେ ) ୨୦୧୧ -୧୨ ମସିହାକୁ ମୂଳବର୍ଷ ରୂପେ ନିଆଯାଇ ,କଳାହାଣ୍ଡି ଜିଲ୍ଲାର ୬ ଟି ଶିଳ୍ପ ସଂସ୍ଥାର (ଯଥା – ଶିବ ଗାରମେଣ୍ଟ୍ସ, କେଶିଙ୍ଗା,ନ୍ୟାଚୁରାଲ କୋଟ୍ଟନ, କେଶିଙ୍ଗା, ରାଘବ ଟ୍ୟାର ପିଭିଟି ଏଲଟିଡି,ଡୁମେରମୁଣ୍ଡା, କେଶିଙ୍ଗା, ସୁବାସ ଆଇରୋନ ଓ ଏଗ୍ରିକଲ୍ଚରାଲ ଇନଡସ୍ଟ୍ରି, କେଶିଙ୍ଗା, ଓମଫେଡ, ଭବାନୀପାଟଣା, ବେଦାନ୍ତ, ଲାଞ୍ଜିଗଢ଼),୧୭ ଗୋଟି ଦ୍ରବ୍ୟର ସଂକଳନ ୨୦୧୨ -୧୩ ମସିହାରୁ ୨୦୧୬ -୧୭ ମସିହାର ପ୍ରଥମ ତ୍ରୈମାସିକ ଆଧାରରେ ସଂକଳନ କରାଯାଇଅଛି ।

ଜାତୀୟ ନମୂନା ସର୍ବେକ୍ଷଣ

ଜିଲ୍ଲା ଯୋଜନା ଓ ସମୀକ୍ଷା ଶାଖା ୧୯୫୮ ମସିହାରୁ ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ପ୍ରତ୍ୟକ୍ଷ ତତ୍ବାବଧାନରେ କାର୍ଯ୍ୟ କରିଆସୁଛି । ପ୍ରତିବର୍ଷ ବିଭିନ୍ନ ପରିକ୍ରମାରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ତଥ୍ୟାବଳୀମ।ନ ନମୁନା ସଗୃହୀତ କରିଆସୁଛି। ।
୨୦୧୭-୧୮ ମସିହାରେ ୭୫ ତମ ପରିକ୍ରମାରେ ୧୬ ଟି ଗ୍ରାମାଞ୍ଚଳ ଓ ୪ ଟି ସହରାଞ୍ଚଳ ନମୁନ।ର କ୍ଷେତ୍ର ସର୍ବେକ୍ଷଣ କାର୍ଯ୍ୟ ୨୦୧୮ ମସିହା ଜୁନ ମାସରେ ପରିସମାପ୍ତି ହେବ । ୭୬ ତମ ପରିକ୍ରମ।ରେ କ୍ଷେତ୍ର ସର୍ବେକ୍ଷଣ କାର୍ଯ୍ୟ ଜୁଲାଇ ୨୦୧୮ ରୁ ଆରମ୍ଭ ହେବ ।
ସର୍ବେକ୍ଷଣର ବିଷୟବସ୍ତୁ – ୩ ଗୋଟି ବିଷୟ ବସ୍ତୁ ଉପରେ ୭୫ ତମ ସର୍ବେକ୍ଷଣ କାର୍ଯ୍ୟ କରାଯାଉଛି । ସେଗୁଡିକ ହେଲା – ସାମାଜିକ ଉପଭୋଗ , ବଞ୍ଚିବାର ସ୍ତର ଓ ସାମାଜିକ ଅସମାନତା ।
(କ) ସାମାଜିକ ପାରିବାରିକ ଖାଉଟି ଦ୍ରବ୍ୟ ବ୍ୟବହାରକାରୀ ଖର୍ଚ୍ଚ – ନମୁନା ଗ୍ରାମରେ ପ୍ରତ୍ୟେକ ପରିବାରର ସାମାଜିକ ପାରିବାରିକ ଖାଉଟି ଦ୍ରବ୍ୟ ବ୍ୟବହାରକାରୀ ଖର୍ଚ୍ଚ ସଗୃହୀତ କରି ସେମାନଙ୍କର ଅର୍ଥନୈତିକ ଅବସ୍ଥା ନିର୍ଦ୍ଧାରଣ କରାଯାଏ ।
(ଖ) ସାମାଜିକ ପାରିବାରିକ ସ୍ୱାସ୍ଥ୍ୟ- ଏହି ସାମାଜିକ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଦ୍ଵାରା ନମୁନା ଗ୍ରାମରେ ପ୍ରତ୍ୟେକ ପରିବାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ସଗୃହୀତ କରାଯାଏ । ଏହି ସର୍ବେକ୍ଷଣର ମୁଖ୍ୟ ବିଷୟ ବସ୍ତୁ ହେଲା – ବୟସ ଅନୁପାତରେ ,ଲିଙ୍ଗ ଅନୁପାତରେ ଏବଂ ଅଞ୍ଚଳ ଅନୁପାତରେ ହେଉଥିବା ଅସୁସ୍ଥ ସମ୍ବନ୍ଧୀୟ ତଥ୍ୟାବଳି ସଂଗ୍ରହ କରାଯାଏ । ଏହା ବ୍ୟତୀତ ସରକାରୀ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ବେସରକାରୀ ସ୍ୱାସ୍ଥ୍ୟ ସେବା , ସାଧାରଣ ଲୋକ କେତେ ମାତ୍ରାରେ ଉପଭୋଗ କରୁଛନ୍ତି ସେ ବାବଦକୁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ସେବା ଉପଚାର କେମିତି ପାଉଛନ୍ତି ଏସବୁର ତଥ୍ୟ ଏହି ସର୍ବେକ୍ଷଣ ଦ୍ଵାରା ଆକଳନ କରାଯାଏ ।
(ଗ) ସାମାଜିକ ପାରିବାରିକ ଶିକ୍ଷା – ଏହି ସର୍ବେକ୍ଷଣ ଦ୍ଵାରା ପରିବାରର ସଭ୍ୟ ଶିକ୍ଷା ସମ୍ବନ୍ଧରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ କେତେ ଜଣ ସଦସ୍ୟ ବର୍ତ୍ତମାନ ପାଠ ପଢୁଛନ୍ତି , କେତେ ଜଣ ଅଧାରୁ ପାଠ ଛାଡୁଛନ୍ତି ଏହି ସବୁ ତଥ୍ୟ ସର୍ବେକ୍ଷଣ ଦ୍ଵାରା ସଗୃହୀତ କରାଯାଇଥାଏ । ଆହୁରି ମଧ୍ୟ କେଉଁମାନେ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଶିକ୍ଷା ଲାଭ କରୁଛନ୍ତି ଏହାର ତଥ୍ୟାବଳି ଏହି ସର୍ବେକ୍ଷଣ ଦ୍ଵାରା କରାଯାଏ । ଯେଉଁମାନେ ବେସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ କରୁଛନ୍ତି ତାହାର ବିଧିବଦ୍ଧ କାରଣ ମଧ୍ୟ ସେହି ପରିବାରରୁ ଗ୍ରହଣ କରାଯାଏ ।

ମୂଲ୍ୟ

ଜିଲ୍ଲା ଯୋଜନା ଓ ସମୀକ୍ଷା ଶାଖା , କଳାହାଣ୍ଡିକୁ ବିଭିନ୍ନ ପ୍ରକାର ମୂଲ୍ୟ ସଂଗ୍ରହ କରିବାକୁ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଭୁବନେଶ୍ଵର ର ଆଦେଶ ରହିଅଛି । ସେଗୁଡିକ ହେଲା – କୃଷିଜାତ ଦ୍ରବ୍ୟର କ୍ଷେତ୍ର ଅମଳ ଓ ପାଇକାରୀ ମୂଲ୍ୟ, କେତେକ ନିର୍ଦ୍ଧାରିତ ଦ୍ରବ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଖୁଚୁରା ମୂଲ୍ୟ , ପଶୁ ତଥା ପଶୁଠାରୁ ଉତ୍ପନ୍ନ ଦ୍ରବ୍ୟର ଉତ୍ପାଦନ ମୂଲ୍ୟ ଏବଂ ଗୋଖାଦ୍ୟର ପାଇକାରୀ ମୂଲ୍ୟ ସଂଗ୍ରହ କରାଯାଏ । ୨୦୧୭ -୧୮ ବର୍ଷରେ ଖୁଚୁରା ଓ ପାଇକାରୀ ମୂଲ୍ୟ ୪ ଗୋଟି କେନ୍ଦ୍ରରୁ ସଗୃହୀତ କରାଯାଉଅଛି । ଗୋଖାଦ୍ୟର ପାଇକାରୀ ମୂଲ୍ୟ , ସହରାଞ୍ଚଳ ଖୁଚୁରା ମୂଲ୍ୟ ଯଥା – ପଶୁ , ପକ୍ଷୀ , ମାଛ , ମାଂସ , ଅଣ୍ଡା , ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ଉତ୍ପାଦନ ମୂଲ୍ୟ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟନା କେନ୍ଦ୍ରରୁ ତ୍ରୟମ।ସିକ ଭିତ୍ତିରେ ସଂଗ୍ରହ କରାଯାଏ ।
ଜାନୁୟାରୀ ୨୦୧୭ ରୁ ଡିସେମ୍ବର ୨୦୧୭ କୁ ମୂଳ ବର୍ଷ ଭାବେ ପରିଗଣିତ କରାଯାଇଅଛି ଏବଂ ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ମୂଲ୍ୟ ସଗୃହୀତ ହୋଇସାରିଛି । ଜାନୁୟାରୀ ୨୦୧୮ ରୁ ଖାଉଟି ମୂଲ୍ୟ ସୂଚନାଙ୍କ ଜିଲ୍ଲା ସ୍ତରରେ ପରିପ୍ରକାଶ କରାଯିବ ।

 

ଆଞ୍ଚଳିକ ସ୍ତରରେ ଉନ୍ନୟନ ନିମନ୍ତେ ମୌଳିକ ପରିସଂଖ୍ୟାନ

ତୃଣମୂଳ ସ୍ତରରେ ସରକାରୀ ଯୋଜନାର କାର୍ଯ୍ୟକାରୀ ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗ୍ରାମ୍ୟସ୍ତରୀୟ ପରିସଂଖ୍ୟାନ ତଥ୍ୟ ସଂଗ୍ରହ ଏହି ଯୋଜନାର ଲକ୍ଷ୍ୟ । ୨୦୧୭ -୧୮ ମସିହାରେ ଏହି ଜିଲ୍ଲାରେ ୨୨୫୩ ଟି ଗ୍ରାମରେ ଏହି ସର୍ବେକ୍ଷଣ କାର୍ଯ୍ୟ ଜିଲ୍ଲା ଯୋଜନା ଓ ସମୀକ୍ଷା କାର୍ଯ୍ୟ।ଳୟ କ୍ଷେତ୍ର କର୍ମଚାରୀମାନଙ୍କ ଦ୍ଵାରା ସମାପନ ହୋଇଅଛି ।

ଗୃହପ୍ରକୋଷ୍ଠ

ଗୃହପ୍ରକୋଷ୍ଠ ସହରାଞ୍ଚଳ
  1. ଗୃହପ୍ରକୋଷ୍ଠ (ସହରାଞ୍ଚଳ)ଭାରତ ସରକାରଙ୍କ ଜାତୀୟ ଗୃହ ସଂସ୍ଥା (ଏନବିଓ) ଦ୍ଵାରା ପରିଚାଳିତ ପ୍ରକଳ୍ପ ଅନୁଯାୟୀ ଜିଲ୍ଲାର ପ୍ରମୁଖ ସହର ଭବାନୀପାଟନାରୁ ଗୃହ ନିର୍ମାଣ ଉପକରଣ , ବଜାର ଦର , ମଜୁରୀ ଇତ୍ୟାଦିର ତଥ୍ୟାବଳୀ ତ୍ରେୟମାସିକ ଭାବରେ ସଂଗ୍ରହ କରାଯାଇ ମାର୍ଚ୍ଚ-୨୦୧୮ ପର୍ଯ୍ୟନ୍ତ ନିର୍ଦ୍ଦେଶାଳୟକୁ ପ୍ରେରଣ କରାଯାଇଅଛି ।
  2. ଗୃହପ୍ରକୋଷ୍ଠ(ଗ୍ରାମାଞ୍ଚଳ)
    ଓଡିଶା ସରକାରଙ୍କ ଦ୍ଵାରା ପରିଚାଳିତ ପ୍ରକଳ୍ପ ଅନୁଯାୟୀ ଉତ୍କେଲା ଓ ଜୟପଟନା , ଏହି ଦୁଇଟି କେନ୍ଦ୍ରରୁ ନିର୍ମାଣ ଉପକରଣ , ବଜାର ଦର , ମଜୁରୀ ଇତ୍ୟାଦି ତଥ୍ୟାବଳୀ ତ୍ରେୟମାସିକ ଭାବରେ ସଂଗ୍ରହ କରାଯାଇ ମାର୍ଚ୍ଚ -୨୦୧୮ ପର୍ଯ୍ୟନ୍ତ ନିର୍ଦ୍ଦେଶାଳୟକୁ ପ୍ରେରଣ କରାଯାଇଅଛି ।

ଦଶମ କୃଷିଗଣନା

ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ହେଲା – ଜିଲ୍ଲା ତଥା ରାଜ୍ୟର ଚାଷୀମାନଙ୍କର ସଂଖ୍ୟା ଓ ଚଷାଜୋତର ପରିମାଣ ନିର୍ଦ୍ଧାରଣ କରିବା । ଏହି କାର୍ଯ୍ୟକ୍ରମରେ ଜମି ବିନିଯୋଗ, ଶସ୍ୟପ୍ରକରଣ , ପଶୁ ସମ୍ପଦ , କୃଷି ଯନ୍ତ୍ରପାତି , ବିହନ, ସାର, କୀଟନାଶକର ବ୍ୟବହାର ଓ କୃଷିଋଣ ଇତ୍ୟାଦିର ତଥ୍ୟ ସଂଗ୍ରହ କରାଯାଏ । ଏହି କାର୍ଯ୍ୟକ୍ରମର ୩ ଟି ପର୍ଯ୍ୟାୟର କ୍ଷେତ୍ର କାର୍ଯ୍ୟ ଏହି ଜିଲ୍ଲାରେ ସମାପ୍ତି ହୋଇଯାଇଛି ।

ପ୍ରକାଶନ

ଜିଲ୍ଲା ପରିସଂଖ୍ୟାନ ହସ୍ତ ପୁସ୍ତିକା ୨୦୧୫ ପ୍ରକାଶିତ ହୋଇସାରିଛି । ଏହି ପୁସ୍ତିକା ସର୍ବସାଧାରଣଙ୍କ ପାଇଁ ଖଣ୍ଡ ପିଛା ୨୫ ଟଙ୍କାରେ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟ।ଳୟରେ ବିକ୍ରି କରାଯାଉଅଛି ।

ଷଷ୍ଠ ଅର୍ଥନୈତିକ ଗଣନା

ଏହି କେନ୍ଦ୍ରୀୟ ଯୋଜନାର ଲକ୍ଷ୍ୟ ହେଉଛି , ରାଜ୍ୟ ଭୌଗଳିକ ପରିସୀମା ଅନ୍ତର୍ଗତ ଉଦ୍ୟୋଗକାରୀଙ୍କ କାର୍ଯ୍ୟକଳାପ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା । ଏହି ଗଣନାରେ ରାଜ୍ୟରେ ନିୟୋଜନ ସମସ୍ତ କୃଷି ଉଦ୍ୟୋଗ (ଶସ୍ୟ ଉତ୍ପାଦନ ଓ ଚ।ର।ରୋପଣ ବ୍ୟତୀତ ) ଓ ଅଣକୃଷି କାର୍ଯ୍ୟ ଅନ୍ତର୍ଭୁକ୍ତ , ଷଷ୍ଠ ଅର୍ଥନୈତିକ ଗଣନାର ଜିଲ୍ଲାସ୍ତରୀୟ ରିପୋର୍ଟ ୨୦୧୭ -୧୮ ମସିହାରେ ପ୍ରକାଶିତ ହୋଇଅଛି ।

ସରକାରୀ କାର୍ଯ୍ୟ।ଳୟରୁ ବାର୍ଷିକ ସଗୃହୀତ ହେଉଥିବା ପରିସଂଖ୍ୟା

  1. ପଞ୍ଜୀକରଣ ପେଶାଦାର ଆଇନଜୀବୀ ।
  2.  ସାପକାମୁଡା ଓ ଜଙ୍ଗଲୀପଶୁ ଆକ୍ରମଣରେ ମୃତ୍ୟୁ ଗ୍ରହଣ କରିବା ।
  3. ରାସ୍ତାଜନିତ ଦୁର୍ଘଟଣା ।
  4. ପ୍ର।କୃତିକ ବିପର୍ଯୟ ।
  5. ଓଡିଶା ବିକ୍ରିକର / ସେଣ୍ଟ୍ରାଲ ବିକ୍ରିକର ।
  6. ଜମିରୁ ସଗୃହୀତ ହେଉଥିବା ରାଜସ୍ୱ ।
  7.  ଆମୋଦ ପ୍ରମୋଦ ଟିକସ ।
  8.  ଅବକାରୀ ପରିସଂଖ୍ୟାନ ।
  9.  ସ୍ୱଳ୍ପ ସଞ୍ଚୟ ପରିସଂଖ୍ୟାନ ।
  10. ପଞ୍ଜୀକରଣ ପରିସଂଖ୍ୟାନ ।