ଶିକ୍ଷା
ଲକ୍ଷ୍ୟ ଏବଂ ଅଭିପ୍ରାୟ :
ଏହା ର ଲକ୍ଷ୍ୟ ଏବଂ ଅଭିପ୍ରାୟ ହେଉଛି କଳାହାଣ୍ଡି ମଣ୍ଡଳ ର ବିଦ୍ୟାଳୟ ରେ ଉଚ୍ଚ କୋଟୀର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସେକେଣ୍ଡାରୀ ବିଦ୍ୟାଳୟ ର ସଂସ୍ଥାପଙ୍କୁ କୁ ମଧ୍ୟ ନିୟନ୍ତ୍ରଣ କରୁଛି ।
ଉଦ୍ଦେଶ୍ୟ ଓ ଦୃଷ୍ଟିକୋଣ :
- ଶିକ୍ଷା ର ସାର୍ବଭୌମିକ ଲକ୍ଷ୍ୟ ହାସଲ କରିବା ।
- ବିଦ୍ୟାଳୟର ପାଠପଢା ଅଧା ରୁ ଛାଡିବା କୁ ବନ୍ଦ କରିବା ।
- ବିଦ୍ୟାଳୟର ଭିତ୍ତି ଭୂମି ବିକାଶ ।
- ଚାକିରି କାଳ ସମୟରେ ବିଭିନ୍ନ ପ୍ରଶିକ୍ଷଣ ଦ୍ଵାରା ଶିକ୍ଷକ ମାନଙ୍କର ସାମର୍ଥ୍ୟ ଓ ଦକ୍ଷତା ବୃଦ୍ଧି କରିବା ।
- ୬ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଦେବା ।
ସଂକ୍ଷିପ୍ତ ଇତିହାସ ଓ ପୃଷ୍ଠଭୂମି
କଳାହାଣ୍ଡି ଶିକ୍ଷା ମଣ୍ଡଳ ୧୪.୮.୧୯୭୫ ଠାରୁ କଳାହାଣ୍ଡି ଓ ନୂଆପଡା ଜିଲ୍ଲା କୁ ନେଇ ଗଠିତ ।ବର୍ତ୍ତମାନ ଦୁଇଟି ରାଜସ୍ୱ ଜିଲ୍ଲା , କଳାହାଣ୍ଡି ଓ ନୂଆପଡା ର ୪୩୩ ବିଦ୍ୟାଳୟ କୁ ଅନ୍ତର୍ଭୁକ୍ତ କରୁଛି ।
ନାଗରିକ ସମ୍ପର୍କ
ନିୟମ ଅନୁଯାଇ ପି. ଟି. ଏ. , ଏମ. , ବିଦ୍ୟାଳୟ କମିଟି ଗଠନ କରାଯାଇଛି । ଉତ୍ତମ ଶିକ୍ଷା ର ଉନ୍ନତି ପାଇଁ ଅଭିଭାବକ ମାନଙ୍କ ସଙ୍ଗେ ବିଭିନ୍ନ ବୈଠକ କରାହୁଏ ।
ମୁଖ୍ୟ କାର୍ଯ୍ୟାଳୟ ର ଡାକ ଠିକଣା
ପ. ଭବାନୀପାଟଣା
ଜି. କଳାହାଣ୍ଡି
କାର୍ଯ୍ୟାଳୟ ର କାର୍ଯ୍ୟ କରିବା ସମୟ
ସକାଳ ୧୦ ଘଟିକା ରୁ ସନ୍ଧ୍ଯା ୫ ଘଟିକା ପର୍ଯ୍ୟନ୍ତ । ଅଧ ଘଣ୍ଟା ମଧ୍ୟାହ୍ନ ଭୋଜନ ବିରତି । ଖରା ଦିନେ ସକାଳ ୭ ଘଟିକା ରୁ ଅପରାହ୍ନ ୧ ଘଟିକା , କୌଣସି ବିରତି ବିନା ।
ସର୍ବଶିକ୍ଷା ଅଭିଯାନ , କଳାହାଣ୍ଡି
ବର୍ତ୍ତମାନ ର ପ୍ରଶାସନିକ ବିଭାଗ :
- ଉପ – ଯୋଜନା ଅନର୍ଗତ ଗୋଷ୍ଠୀ – ୦୨ ( ଲାଞ୍ଜିଗଡ ଓ ଥୁଆମୂଳ ରାମପୁର )
- ବି ଇ ଓ କର୍ଜୟାଳୟ ସଂଖ୍ୟା : ୧୩
- ବି ଆର ସି ଏସ ସଂଖ୍ୟା : ୧୩
- ସି ଆର ସି ଏସ ସଂଖ୍ୟା :୨୦୫
- ଜନସଂଖ୍ୟା ସାନ୍ଦ୍ରତା : ୧୬୯
- ଳିଙ୍ଗ ଅନୁପାତ : ୧୦୦୦
- ସହର ଲୋକସଂଖ୍ୟା ର ପ୍ରତିଶତ : ୬.୯୧ , ୱାର୍ଡ ସଂଖ୍ୟା :୩୯