ହସ୍ତଶିଳ୍ପ
କାଠ ଶିଳ୍ପ କାମ
କଳାହାଣ୍ଡି ତାର ଅଦ୍ଵିତୀୟ କାଠ ଖୋଦାଇ ମୂର୍ତି କାମ ପାଇଁ ପ୍ରାସିଦ୍ଧ । ଏଠାରେ ମୁଖ୍ୟତଃ ସାଗୁଆନ କାଠ ଗଣ୍ଡି ଓ ଚେର ରୁ ସୁନ୍ଦର ସୁନ୍ଦର ମୂର୍ତି ଓ ପ୍ରତିମୂର୍ତି ସବୁ ତିଆରି କରା ଯାଇଥାଏ ।
ଯଥା ଗଣେଷ , ଲକ୍ଷ୍ମୀ , ଗଣ୍ଡାର ,ହାତୀ , ଷଣ୍ଢ ଇତ୍ୟଦି ବହୁ ପ୍ରକାର କାଠ ମୂର୍ତି । ରାଜ୍ୟ ଓ ରାଜ୍ୟ ବାହାର କୁ ଏହି ସବୁ ମୂର୍ତି ର ରପ୍ତାନି ମଧ୍ୟ ହୋଇଥାଏ ।
ଏହି ଖୋଦାଇ କାମ ପ୍ରଶିଖିତ କଳାକାର ଙ୍କ ଦ୍ଵାରା ହୋଇଥାଏ । ମୁଖ୍ୟତଃ ଖାଇରପଦର , ଧର୍ମଗଡ , ରେଙ୍ଗାଲପାଲ୍ଲୀ , ଜୟପାଟଣା ଓ ଭବାନୀପାଟଣା ଭଳି ଜାଗାରେ ଏହି କାମ ଦେଖିବାକୁ ମିଳେ ।
ପୋଡା ମାଟି ମୂର୍ତି କାମ

ପୋଡା ମାଟି ମୂର୍ତି କାମ ରେ ଘୋଡା ଯୁଗଳ
ଟେରାକୋଟା ବା କୁମ୍ଭାର ଙ୍କ ଦ୍ଵାରା ପୋଡା ମାଟି ମୂର୍ତି । ପାରମ୍ପାରିକ ଅନୁସାରେ ଓଡିଶା ରେ ସାଧାରଣତଃ ଦେବୀ ପୀଠରେ ଟେରାକୋଟା ମୂର୍ତି ସବୁ ଦେଖିବାକୁ ମିଳିଥାଏ ।
ପାରମ୍ପରିକ ସହିତ ଆଧୁନିକ ମୂର୍ତି ଓ ଘରୋଇ ଉପକରଣ ସବୁ ତିଆରି ହୋଇଥାଏ ।
ପଥର ଖୋଦାଇ କାମ
ପଥର ଖୋଦାଇ କାମ କଳାହାଣ୍ଡି ର ଗୋଟିଏ ମୁଖ୍ୟ ଶିଳ୍ପ । କନ୍ଧଗୁଡା ନାମକ ଏକ ସାହି ଯେଉଁଥିରେ ପ୍ରାୟ ୬୦ ପାରିବାରିକ କୌଳିକ ବୃତ୍ତି ଦ୍ଵାରା କିମ୍ବା ତାଲିମ ପ୍ରାପ୍ତ କାରିଗର ଏହି କାମ କରିଥାନ୍ତି । ସେମାନେ ବିଭିନ୍ନ ଦେବା ଦେବୀ ଙ୍କ ମୂର୍ତି ଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ ଉପକରଣ ଓ ଘର ସଜାଇବା ଜିନିଷ ମଧ୍ୟ କରିଥାନ୍ତି ।
ପାରମ୍ପରିକ ସହିତ ଆଧୁନିକ ମୂର୍ତି ଓ ଘରୋଇ ଉପକରଣ ସବୁ ତିଆରି ହୋଇଥାଏ ।
ବାଉଁଶ ଶିଳ୍ପ କାମ
ବାଉଁଶ କେବଳ ଯେ ମଜୁଭୂତ ଓ ହାଲୁକା ପାଇଁ ପ୍ରସିଦ୍ଧ ନୁହେଁ , ଏହା ପରିବେଶ ମିତ୍ର ମଧ୍ୟ ଅଟେ । ନର୍ଲା, କର୍ଲାପାଟ ର ବାଉଁଶ ଶିଳ୍ପୀ ମାନେ ବିଭିନ୍ନ ଘରୋଇ ଉପକରଣ ଓ ଘର ସଜାଇବା ଜିନିଷ ବାଉଁଶ ରେ କରିଥାନ୍ତି । ଚୂଡ଼ା ପାହାଡ ର ପାଦ ଦେଶରେ ଥିବା ପହରିଆ ପଡା ର ଅଧିବାସୀ ବାଉଁଶ କୁ ନେଇ ବିଭିନ୍ନ ଉପକରଣ ପ୍ରସ୍ତୁତି କରନ୍ତି । ଏହା ଏହି ଅଧିବାସୀ ମାନଙ୍କ କୌଳିକ ବୃତ୍ତି ।

ବାଉଁଶ କୁ ନେଇ ବିଭିନ୍ନ ଉପକରଣ ପ୍ରସ୍ତୁତି , ଅଧିବାସୀ ମାନଙ୍କ କୌଳିକ ବୃତ୍ତି

ଏକ ସାପ୍ତାହିକ ହାଟ ରେ ବାଉଁଶ ନିର୍ମିତ ନିତ୍ୟ ବ୍ୟବହାର ଉପକରଣ ଗୁଡିକ ର ବିକ୍ରି ।