ବନ୍ଦ କରନ୍ତୁ

ସଂସ୍କୃତି ଏବଂ ଐତିହ୍ୟ

ଏହି ଜିଲ୍ଲା ସଂସ୍କୃତି ଏବଂ ଐତିହ୍ୟ ରେ ପରିପୂର୍ଣ । ଉଣେଇଶ ( ୧୯ ) ପ୍ରକାର ର କଳାକୃତି ନିମ୍ନ ରେ ଦିଆଗଲା ।

କଳାହାଣ୍ଡି ଜିଲ୍ଲା ର କଳାକୃତି
କ୍ର ମ କଳା ର ରୂପ  ଗୋଟିଏ ଦଳ ରେ ଥିବା ସଂଖ୍ୟା ଓ କଳା ପଦର୍ଶନ ର ସମୟ   ସ୍ଥାନ  ଛବି
୦୧ ଘୁମୁରା ୧ )ଘୁମୁରା :-
୧୮/୨୦ କଳାକାର ଘୁମାର ଏବଂ ଘୁମୁରା ବାଦ୍ୟ କୁ ନେଇ ନୃତ୍ୟ ପରିବେଷଣ କରାଯାଇଥାଏ । ନୂଆଖାଇ , ଦଶହରା ଏବଂ ଅନ୍ୟାନ୍ୟ ପର୍ବ ପର୍ବାଣି ରେ ଏହା ପରିବେଷଣ ହୋଇଥାଏ । ଏହା କେବଳ ପୁରୁଷ ମାନଙ୍କ ଦ୍ଵାରା ପରିବେଷଣ କରା ଯାଇଥାଏ । ଏହା ଏକ ରଣ ବାଦ୍ୟ ବା ବୀର ବାଦ୍ୟ ରୂପରେ ପରିଚିତ । ପୁରା କାଳ ରେ ରଜା ଯୁଦ୍ଧ ବା ପାରିଧି କୁ ଯିବା ଆଗରୁ ଏହା ପରିବେଷଣ ହେଉଥିଲା ।
ସମସ୍ତ ଜିଲ୍ଲା ରେ
 ଘୁମୁରା ନୃତ୍ୟ

ଘୁମୁରା ନୃତ୍ୟ

୦୨ ବଜାଶାଲ ୨) ବଜାଶାଲ :-
ଏହି ଲୋକ ନୃତ୍ୟ ରେ ୧୬/୧୮ ପୁରୁଷ ଓ ସ୍ତ୍ରୀ ମିଶିକରି ନାଚି ଥାନ୍ତି । ଏହା ସଧାରଣତଃ ବାହାଘର ଏବଂ ଅନ୍ୟାନ୍ୟ ପର୍ବ ପର୍ବାଣି ରେ ପରିବେଷଣ କରା ଯାଇଥାଏ । ନିଶାନ ,ଢୋଲ ,ମହୁରୀ , ତାସା ଆଦି ବାଦ୍ୟ ଯନ୍ତ୍ର ଏଥିରେ ବ୍ଯବହୃତ ହୋଇ ଥାଏ ।
 ଭବାନୀପାଟଣା , କେସିଙ୍ଗା , ଜୁନାଗଡ , ଧର୍ମଗଡ  , କୋକସରା  ଇତ୍ୟାଦି  ଫୋଟୋ ଉପଲବ୍ଧ ନାହିଁ
୦୩ ବନାବାଡି ୩)ବନାବାଡି :-
ବନାବାଡି କୁ ପୂର୍ବ ଓଡିଶା ରେ ଗଉଡ ବାଡି କୁହା ଯାଇଥାଏ । ୧୮/୧୬ କେବଳ ପୁରୁଷ ଲୋକ ଏହି ନାଚ ନାଚିଥାନ୍ତି । ଦୋଳ ପୁର୍ଣିମା ,ଚୈତ୍ର ପୁର୍ଣିମା ରେ ଏହିନାଚ ମୁଖ୍ୟତଃ ଗଉଡ ସଂପ୍ରଦାୟ ରେ ଦେଖିବାକୁ ମିଳେ ।
ଜୁନାଗଡ , ଭବାନୀପାଟଣା
 ଉତ୍ସବ ରେ ବନାବାଡି ନୃତ୍ୟ ପରିବେଷଣ

ଉତ୍ସବ ରେ ବନାବାଡି ନୃତ୍ୟ ପରିବେଷଣ

୦୪  ଶିଙ୍ଘ ବଜା ୪)ଶିଙ୍ଘ ବଜା :-
୮/୧୦ ତାଲିମ ପ୍ରାପ୍ତ ବା ପ୍ରଶିକ୍ଷିତ ବାଦ୍ୟ କଳାକାର ଏହା ପରିବେଷଣ କରିଥାନ୍ତି । ଏଠାରେ ଶିଙ୍ଘ ନିଶାନ ରେ ଲଗା ଯାଇଥାଏ । ବାହାଘର ସମୟରେ ନିଶାନ ,ଢୋଲ ,ମହୁରୀ , ତାସା ଆଦି ବାଦ୍ୟ ଯନ୍ତ୍ର ବ୍ଯବହୃତ ହୋଇ ଥାଏ
ଭବାନୀପାଟଣା , ଥୁଆମୂଳ ରାମପୁର , ଲାଞ୍ଜିଗଡ , କୋକସରା  ଇତ୍ୟାଦି
 କଳାକାର ମାନେ ଶିଙ୍ଘ ବଜା ପରିବେଷଣ କରୁଛନ୍ତି

କଳାକାର ମାନେ ଶିଙ୍ଘ ବଜା ପରିବେଷଣ କରୁଛନ୍ତି

୦୫ ମାଦଲି ୫)ମାଦଲି :-
୧୫ /୧୬ ଜଣ କଳାକାର ବିଭନ୍ନ ସାମାଜିକ ପର୍ବ ପର୍ବାଣି ରେ ଏହା ପରିବେଷଣ କରିଥାନ୍ତି । ବିଶେଷ କରି ଏହା କୃଷି ଜାତ ପର୍ବ ସଙ୍ଗେ ଜଡିତ । ଗଣ୍ଡ ଆଦିବାସୀ ସଂପ୍ରଦାୟ ରେ ଏହା ଏକ ସାମାଜିକ ପରମ୍ପରା ।
କୋକସରା , ଜୟପାଟଣା , ଜୁନାଗଡ ,ଇତ୍ୟାଦି. ଫୋଟୋ ଉପଲବ୍ଧ ନାହିଁ
୦୬ ଦଣ୍ଡାରୀ ୬)ଦଣ୍ଡାରୀ :-
୧୦/୧୫ ଜଣ କଳାକାର ହାତ ରେ ଛୋଟ କାଠି ଧରି ଶ୍ରୀ କୃଷ୍ଣ ଲୀଳା ର ବିଭିନ୍ନ କଳା କୁ ପରିବେଷଣ କରିଥାନ୍ତି । ଏହା ଦୋଳ ପୁର୍ଣିମା, ହୋଲି ଓ ଜନ୍ମାଷ୍ଟମୀ ସମୟରେ ବିଶେଷ ଭାବରେ ଦେଖିବାକୁ ମିଳେ ।
ଜୁନାଗଡ , ଧର୍ମଗଡ  , କୋକସରା , ଇତ୍ୟାଦି. ଫୋଟୋ ଉପଲବ୍ଧ ନାହିଁ
୦୭ ପାଇକ ଆଖଡା ୭ ) ପାଇକ ଆଖଡା:-
୧୦/୧୫ ଜଣ ପାଇକ ଜାତି ର କଳାକାର ଏହି ନାଚ ଦଶହରା ସମୟରେ କରିଥାନ୍ତି । ଏହା ଏକ ରଣ ନୃତ୍ୟ । ଏହା ଛଡା ବିଭିନ୍ନ ସାମାଜିକ ଅନୁଷ୍ଠାନ ସମୟରେ ମଧ୍ୟ ଏହା ପରିବେଷଣ କରାଯାଇଥାଏ ।
ଜୁନାଗଡ , ଇତ୍ୟାଦି. ଫୋଟୋ ଉପଲବ୍ଧ ନାହିଁ
୦୮ ଘୋଡେଲ ୮ )ଘୋଡେଲ:-

୧୨/୧୫ ଜଣ କେବଳ ପୁରୁଷ କଳାକାର ଏହି ନାଚ କରି ଥାନ୍ତି । ପୂର୍ବ ବା ଉପକୂଳ ଓଡିଶା ର ରଣପା ନାଚ ଭଳି ଦେଖାଯାଏ । ଏହା ମଧ୍ୟ ଦଶହରା ସମୟରେ ନାଚି ଥାନ୍ତି ।

କୋକସରା , ଲାଞ୍ଜିଗଡ , ଜୟପାଟଣା , ଇତ୍ୟାଦି. ଫୋଟୋ ଉପଲବ୍ଧ ନାହିଁ
୦୯ ପୋଢ ମରା ୯ ) ପୋଢ ମରା :-
୧୫/ ୨୦ ଜଣ କନ୍ଧ ଆଦିବାସୀ କଳାକାର ଏହା ଚୌତ୍ର ପୁର୍ଣିମା ସମୟ ରେ ଏହା ପରିବେଷଣ କରି ଥାନ୍ତି । ଢାପ , ପୋଢ ସିଙ୍ଘ , ନିଶାନ ,
ଟିମିକିଡି ଭଳି ବାଦ୍ୟ ଯନ୍ତ୍ର ଏଥିରେ ବ୍ୟବହୃତ ହୋଇଥାଏ । ଆଦିବାସୀ ସଂସ୍କୃତି ରେ ଏହା ଏକ ଅନନ୍ୟ ନୃତ୍ୟ ଶୈଳୀ ।
ଭବାନୀପାଟଣା , ଥୁଆମୂଳ ରାମପୁର, ଲାଞ୍ଜିଗଡ , ମଦନପୁର ରାମପୁର, ଇତ୍ୟାଦି. ଫୋଟୋ ଉପଲବ୍ଧ ନାହିଁ
୧୦ ସଲପ୍ ନିଶାନ ୧୦ ) ସଲପ୍ ନିଶାନ :-
୧୮ /୨୦ ଜଣ କନ୍ଧ ଆଦିବାସୀ କଳାକାର ଏହି ସଙ୍ଗୀତ ପରିବେଷଣ କରିଥାନ୍ତି ; ବିଶେଷ କରି ପୋଢମରା ପର୍ବ , ଚଇତ ପର୍ବ , ନୂଆଖାଇ ଇତ୍ୟାଦି ପର୍ବ ପର୍ବାଣି ରେ ଏହା ଦେଖିବାକୁ ମିଳେ । କନ୍ଧ ଆଦିବାସୀ ମାନଙ୍କ ର ଏହା ଏକ ବଶେଷ ସଂସ୍କୃତିକ ପରମ୍ପରା ।
ଭବାନୀପାଟଣା , ଥୁଆମୂଳ ରାମପୁର
ନିଶାନ୍ ର ଧ୍ବନି

ନିଶାନ୍ ର ଧ୍ବନି

 ୧୧ ଢାପ୍ ୧୧) ଢାପ୍ :-
ଏହି ଲୋକ ନୃତ୍ୟ ରେ ୧୬/୧୮ ପୁରୁଷ ଓ ସ୍ତ୍ରୀ ମିଶିକରି ସମୂହ ନୃତ୍ୟ ନାଚି ଥାନ୍ତି । ଏହା ଏକ ପ୍ରେମ ବିନିମୟ ନୃତ୍ୟ । ସେମାନେ ପରସ୍ପର ମଧ୍ୟରେ ପ୍ରେମ ଆଦାନ ପ୍ରଦାନ କରି ଥାନ୍ତି । ଏହି ନୃତ୍ୟ ମାଧ୍ୟମ ରେ ଢାପ୍ ଏକ ବିଶେଷ ଉପକରଣ ରେ ତିଆରି ହୋଇ ଥାଏ ଯାହାକି ନାଚ ରେ ବ୍ୟଭହୃତ ହୋଇଥାଏ । ଆଦିବାସୀ ସଂସ୍କୃତି ର ଏହା ଏକ ନିଆରା ନୃତ୍ୟ ।
ଲାଞ୍ଜିଗଡ , ଥୁଆମୂଳ ରାମପୁର, ନାର୍ଲା, ମଦନପୁର ରାମପୁର, ଇତ୍ୟାଦି. ଫୋଟୋ ଉପଲବ୍ଧ ନାହିଁ
୧୨ ସୁଆଙ୍ଗ ୧୨)ସୁଆଙ୍ଗ :-
୧୫ /୨୦ ଜଣ କଳାକାର ଏହି ନାଚ କରି ଥାନ୍ତି । ଏହା ଏକ ଲୋକ ନାଟ୍ୟ , ଯାହା ବିଭିନ୍ନ ପୌରଣିକ କଥା ଉପରେ ଆଧାରିତ । ଏହା ଏକ ଗିତୀନାଟ୍ୟ ଆକାର ରେ ବିଶେଷ କରି ସନ୍ଧ୍ୟ ସମୟ ରେ ପରିବେଷଣ ହୋଇଥାଏ । ବିଶେଷ କରି ଦଶହରା, ବିଭାଘର ଏବଂ ଜନ୍ମ ଦିନ ଭଳି ସମୟ ରେଏହି ନୃତ୍ୟ ପରିବେଷଣ ହୋଇଥାଏ । ଏହା ୬/୮ ଘଣ୍ଟା ପର୍ଯ୍ଯନ୍ତ ଚାଲିଥାଏ ।
ଜୁନାଗଡ , ଜୟପାଟଣା , ଧର୍ମଗଡ  , କେସିଙ୍ଗା , ଇତ୍ୟାଦି. ଫୋଟୋ ଉପଲବ୍ଧ ନାହିଁ
୧୩ ବରିଆ ୧୩ ) ବରିଆ :-
୧୨/୧୪ ଜଣ ବିଶେଷ କରି ଅବିବାହିତ ଝିଅ ମାନେ ଏହି ଗୀତ ଗାଇଥାନ୍ତି ( ପଦ୍ୟାନ୍ତର ) । ଗୀତ ମଧ୍ୟମ ରେ ପ୍ରଶ୍ନ ଓ ଉତ୍ତର ଦୁଇ ଗୋଷ୍ଟି ମଧ୍ୟରେ ଆଦାନ ପ୍ରଦାନ ହୋଇଥାଏ । ଗାଁ ଅଞ୍ଚଳ ରେ ଏହା ଏକ ମନୋରଞ୍ଜନ ଧର୍ମି ଲୋକ ପରମ୍ପରା ।
କେସିଙ୍ଗା , ନାର୍ଲା, ଇତ୍ୟାଦି. ଫୋଟୋ ଉପଲବ୍ଧ ନାହିଁ
୧୪ ଶଙ୍ଖ ବାଦ୍ୟ ୧୪ ) ଶଂଙ୍ଖ ବାଦ୍ୟ:-
୧୨/୧୪ ଶଂଖୁଆ ବିଭିନ୍ନ ଶୁଭ କାର୍ଯ୍ୟ ତଥା ସାମାଜିକ ଅନୁଷ୍ଠାନ ସମୟରେ ଶଂଙ୍ଖ ବଜାଇଥାନ୍ତି ।
ଭବାନୀପାଟଣା , କେସିଙ୍ଗା , ଇତ୍ୟାଦି. ଫୋଟୋ ଉପଲବ୍ଧ ନାହିଁ
୧୫ ଘଣ୍ଟ ବାଦ୍ୟ ୧୫ ) ଘଣ୍ଟ ବାଦ୍ୟ :- ୧୬/ ୨୦ ଘଣ୍ଟଟୁଆ ବିଭିନ୍ନ ଶୁଭ କାର୍ଯ୍ୟ ତଥା ସାମାଜିକ ଅନୁଷ୍ଠାନ ସମୟରେ ଘଣ୍ଟ ବଜାଇଥାନ୍ତି । ଭବାନୀପାଟଣା , କେସିଙ୍ଗା , ଇତ୍ୟାଦି. ଫୋଟୋ ଉପଲବ୍ଧ ନାହିଁ
୧୬ ସଂକିର୍ତନ ୧୬) ସଂକିର୍ତନ :-
୨୦/୩୦ ଜଣ ପୁରୁଷ କଳାକାର ଖୋଳ , ଗିନି , ଘୁଙ୍ଗୁର ଇତ୍ୟାଦି ପରିଥାନ ପୁ୍ର୍ବକ ବିଭିନ୍ନ ଶୁଭ କାର୍ଯ୍ୟ ସମୟରେ ସଂକିର୍ତନ କରିଥାନ୍ତି । ବିଶେଷ କରି ଧାର୍ମିକ ଅନୁଷ୍ଠାନ ଗୁଡିକରେ ନାମ ଯଜ୍ଞ ସମୟରେ ଏହା ପରିବେଷଣ କରା ଯାଇଥାଏ
ସମସ୍ତ ଜିଲ୍ଲା ରେ ଫୋଟୋ ଉପଲବ୍ଧ ନାହିଁ
୧୭ ପାଲା ୧୭ ) ପାଲା:-
୪/୬ ଜଣ କଳାକାର ମିଶି କରି ପାଲା ପରିବେଷଣ କରି ଥାନ୍ତି । ଏଥିରେ ପାଲା ଗାୟକ , ବୟାକ , ପାଳିଆ ପ୍ରଭୃତି ମୃଦଙ୍ଗ ଗିନି , ଚମର ଓ ଝାଞ୍ଜ ଧରି ବିଭିନ୍ନ ପୌରଣିକ ଓ ଐତିହାସିକ କଥା ବିଷୟ ବସ୍ତୁ ଉପରେ ପରିବେଷଣ କରିଥାନ୍ତି ।
ଭବାନୀପାଟଣା , ଧର୍ମଗଡ  , ମଦନପୁର ରାମପୁର ଫୋଟୋ ଉପଲବ୍ଧ ନାହିଁ
୧୮ ଦଶକାଠିଆ ୧୮ ) ଦାଶକାଠିଆ :-
ଦାଶକାଠିଆ ଦୁଇଜଣ ପୁରୁଷ ବିଭିନ୍ନ ପୌରଣିକ ଓ ଐତିହାସିକ କଥା ଉପରେ ଆଧାରିତ ବିଷୟ ମାନ ପଦ୍ୟ ମାଧ୍ୟମରେ ପରିବେଷଣ କରନ୍ତି । ଏଥିରେ ଦୁଇଟି କାଠି କୁ ବାଦ୍ୟ ଯନ୍ତ୍ର ଭାବେ ବ୍ଯବହୃତ କରାଯାଇଥାଏ ।
 ଭବାନୀପାଟଣା ଫୋଟୋ ଉପଲବ୍ଧ ନାହିଁ
୧୯ ରାହାସ ୧୯ ) ରାହାସ :-
ରାସ ପୂର୍ଣମୀ , ଦୋଳ ପୂର୍ଣମୀ, ଜନ୍ମାଷ୍ଟମୀ ରେ ୨୦/୩୦ ଜଣ ପୁରୁଷ ଓ ସ୍ତ୍ରୀ ଶ୍ରୀକୃଷ୍ଣ ଙ୍କର ରସ ଲିଳା ବିଷୟରେ ପରିବେଷଣ କରିଥାନ୍ତି । ସଂକିର୍ତନ ର ଅନ୍ୟ ଶୈଳୀ କହିଲେ ଅଚ୍ୟୁକ୍ତି ହେବ ନାହିଁ ।

ଜୁନାଗଡ , ଧର୍ମଗଡ

ଫୋଟୋ ଉପଲବ୍ଧ ନାହିଁ