ବନ୍ଦ କରନ୍ତୁ

ରାବଣଧର ଜଳପ୍ରପାତ

ରାବଣଧାର ଜଳ ପ୍ରପାତ ଭବାନୀପାଟଣା ଠାରୁ ମାତ୍ର ୧୨ .୫ କିମି ଦୂରରେ ଅଛି। ଏହା ର ଚତୁର୍ପାସ୍ଵ ରେ ପ୍ରକୃତି ର ମନୋରମ ସୌନ୍ଦର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳେ । ଜଳ ପ୍ରପାତ ର ତଳେ ସରକାରଙ୍କ ତରଫରୁ ଏକ କ୍ଷୁଦ୍ର ଜଳ ପ୍ରକଳ୍ପ ଭଟ।ଙ୍ଗପଦର ଡ୍ୟାମ ନାମରେ କରାଯାଇଅଛି ଯାହାକି ଅନେକ ଚାଷୀଙ୍କ କୃଷି ପାଇଁ ଏକ ବରଦାନ ଭାବରେ ଫଳପ୍ରସ୍ତ ହୋଇଅଛି । ରାବଣଧାର ଜଳପ୍ରପାତ ଦୁଇଗୋଟି ଜଳପ୍ରପାତ କୁ ନେଇ ପ୍ରସିଦ୍ଧ । ଗୋଟିଏ ହେଲା ଛୋଟ ରାବଣଧାର ଓ ଅନ୍ୟଟିହେଲା ବଡ ରାବଣଧାର । ବର୍ଷ ତମାମ ଏହି ଅଞ୍ଚଳକୁ ଅନେକ ପର୍ଯ୍ୟଟକଙ୍କ ସମାଗମ ହୁଏ ଏବଂ ସବୁ ସମୟରେ ବଣଭୋଜି କରିବା ପାଇଁ ବହୁତ ଲୋକ ଏଠାକୁ ଆସି ପ୍ରକୃତିକ ପରିବେଶର ମଜା ଉଠାଇ ଥାଆନ୍ତି ।